ମୁମ୍ବାଇ: ନେହା କକ୍କଡ। ସେ ଏବେ ବଲିଉଡର ଆଗଧାଡିର ସିଙ୍ଗର। ବିବାହ ପରଠାରୁ ତାଙ୍କ ସିଙ୍ଗିଙ୍ଗ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ନେହାଙ୍କୁ ନେଇ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି। ସେ କୁଆଡେ ମା’ ହେବାକୁ ଯାଉଛନ୍ତି। ଏଥର କିନ୍ତୁ ସତ ସତିକା।
ଗତ କିଛି ଦିନ ହେବ ସିଙ୍ଗିଙ୍ଗ ରିଆଲିଟି ଶୋ’ ଇଣ୍ଡିଆନ ଆଇଡଲ୍ରୁ ନେହା ଦୂରେଇ ରହିଛନ୍ତି। ସେ ତାଙ୍କ ସ୍ୱାମୀ ରୋହନପ୍ରିତଙ୍କ ସହ ଛୁଟି କଟାଉଛନ୍ତି। ହେଲେ ଏହାରି ଭିତରେ ମୁମ୍ବାଇ ବିମାନ ବନ୍ଦରରେ ତାଙ୍କୁ ଦେଖିାବକୁ ମିଳିଛି । ତାଙ୍କୁ ଦେଖିଲା ପରେ ସେ କୁଆଡେ ମା’ ହେବାକୁ ଯାଉଥିବା ନେଇ ଶୁଣିବାକୁ ମିଳୁଛି।
ବିମାନବନ୍ଦରରୁ ସାମ୍ନାକୁ ଆସିଥିବା ଫଟୋରେ ନେହା ଟିକେ ମୋଟା ଦେଖାଯାଉଛନ୍ତି। ଏହି ସମୟରେ ସେ ଢ଼ିଲା ପୋଷାକ ପିନ୍ଧିଥିଲେ। ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାପରେ ସେ ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି। ଏପରିକି ଟ୍ୱିଟରର୍ ଏବଂ ଇନ୍ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ମାନେ ଏହି ଖବର ସତ ନା ମିଛ ବୋଲି ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ନେହା କିନ୍ତୁ ଏନେଇ କୌଣସି ଉତ୍ତର ଦେଇନାହାନ୍ତି।
ସୂଚନା ମୁତାବକ ସୋଶାଲ ମିଡିଆରେ ନେହା ଓ ରୋହନପ୍ରିତ ନିଜ ସମ୍ପର୍କ ନେଇ ଖୋଲାଖୋଲି ସ୍ୱୀକାର କରିଥିଲେ। ଏହାର କିଛି ଦିନ ପରେ ଉଭୟଙ୍କ ବିବାହ ଖବର ଶୁଣିବାକୁ ମିଳିଥିଲା। ପରେ ୨୦୨୦ ଅକ୍ଟୋବର ୨୪ରେ ଦୁହେଁ ବିବାହ କରିଥିଲେ।
The post ମା’ ହେବାକୁ ଯାଉଛନ୍ତି ନେହା! appeared first on Odisha Reporter.
from Odisha Reporter https://ift.tt/3imvdeW
No comments:
Post a Comment