ବାଗଦାଦି: କୋଭିଡ ହସ୍ପିଟାଲରେ ନିଆଁ ଲାଗିଯିବାରୁ ବଡ଼ ଦୁର୍ଘଟଣା ଘଟିଛି। ହସ୍ପିଟାଲର ଆଇସୋଲେସନ ଓ୍ୱାର୍ଡରେ ନିଆଁ ଲାଗିବାରୁ ଏହି ଦୁର୍ଘଟଣା ଘଟିଛି। ଇରାକ ସ୍ଥିତ ଏକ ହସ୍ପିଟାଲରେ ଏହି ଅଭାବନୀୟ ଦୁର୍ଘଟଣା ଘଟିବାରୁ ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବିଗତ ୩ ମାସରେ ଇରାକରେ ଦ୍ୱିତୀୟ ଥର ପାଇଁ ଏଭଳି ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ୱିତ ରାତିରେ ଇରାକର ଦକ୍ଷିଣରେ ଥିବା ନସିରିୟାର ଅଲ୍ ହୁସେନ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହାପରେ ସ୍ଥାନୀୟ ଦମକଳ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି। ଖବର ସରବରାହ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ ଅକ୍ସିଜେନ ଟାଙ୍କି ବିସ୍ଫୋରଣ ହେବାରୁ ନିଆଁ ଲାଗିଯାଇଥିଲା।
ତେବେ ଉଦ୍ଧାରକାରୀ ଟିମ୍ କିଛି ଲୋକଙ୍କୁ ଯଦିଓ ଉଦ୍ଧାର କରିବାରେ ସକ୍ଷମ ହୋଇଛି ହେଲେ ମୋଟ୍ ୫୨ ଜଣ ନିଆଁରେ ପୋଡ଼ି ହୋଇଯିବାରୁ ଆଖି ବୁଜି ଦେଇଛନ୍ତି। ତେବେ ୨୨ ଜଣ ନିଆଁରେ ପୋଡ଼ି ହୋଇଯିବା ପରେ ଗୁରୁତର ହୋଇଥିବା ସୂଚନା ରହିଛି। ହସ୍ପିଟାଲରେ ଚିକିତ୍ସା ପାଇଁ ଅକ୍ସିଜେନ ଟାଙ୍କି ସହିତ ସାନିଟାଇଜର ଇତ୍ୟାଦି ରହିଥିଲା। ଯାହାକି ନିଆଁ ଲାଗିବାରେ ସହଯୋଗ କରିଥିବା ସୂଚନା ରହିଛି। ସ୍ଥାନୀୟ ପ୍ରଶାସନ କହିଛି ଏଯାବତ ୫୨ ଜଣଙ୍କର ମୃତ୍ୟୁ ଘଟିଛି ଆଉ ସମସ୍ତଙ୍କର ମୃତ ଦେହ ମିଳିଛି। ହେଲେ ହସ୍ପିଟାଲରେ ଅନେକ ଲୋକ ନିଖୋଜ ରହିଛନ୍ତି ଯେଉଁମାନଙ୍କୁ ଖୋଜି ଚାଲିଛି। ହସ୍ପିଟାଲରେ ମୋଟ୍ ବେଡ୍ ସଂଖ୍ୟା ୭୨ ରହିଥିଲା। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। କାରଣ ବେଡ୍ ସଂଖ୍ୟା ଯଦିଓ ୭୨ ହେଲେ ଅନେକ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।
ଏହାକୁ ନେଇ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍ କାଧିମି ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ତିନି ମାସରେ ଦ୍ୱିତୀୟ ଥର ପାଇଁ ଏପରି ଘଟଣା ଘଟିବାରୁ ଏହାକୁ ଗୁରୁତର ସହ ନେଇଛନ୍ତି ମୁସ୍ତଫା। ଏହା ପୂର୍ବରୁ ଏପ୍ରିଲରେ ବାଗଦାଦି ସ୍ଥିତ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସୂଚନାଯୋଗ୍ୟ, ଇରାକରେ କୋଭିଡ ସଂକ୍ରମିତ ସଂଖ୍ୟା ୧୪ ଲକ୍ଷ ଛୁଇଁଥିବା ବେଳେ ୧୭ ହଜାର ମୃତ୍ୟୁ ସଂଖ୍ୟା ଛୁଇଁଛି।
The post କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୨ ଜୀବନ୍ତଦଗ୍ଧ appeared first on Odisha Reporter.
from Odisha Reporter https://ift.tt/3xEd2Yu
No comments:
Post a Comment