ମେ’ ତୁଳନାରେ ଜୁନରେ କମିଲା ମହଙ୍ଗା ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ମେ’ ତୁଳନାରେ ଜୁନରେ କମିଲା ମହଙ୍ଗା ଦର

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଉତ୍ପନ୍ନ ହୋଇଥିବା ଆର୍ଥିକ ମୁକାବିଲାର ସାମ୍ନା କରିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଏହାରି ଭିତରେ ମେ ମାସ ତୁଳନାରେ ଜୁନ ମାସରେ ମହଙ୍ଗା ଦର ସାମାନ୍ୟ ହ୍ରାସ ପାଇଛି। ଉପୋଭକ୍ତା ମୂଲ୍ୟ ସୂଚକାଙ୍କ ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ମେ’ରେ ମହଙ୍ଗା ୬.୩୦ ପ୍ରତିଶତ ରହିଥିବା ବେଳେ ଜୁନରେ ଏହା ୦.୪ ପ୍ରତିଶତ ହ୍ରାସ ପାଇ ୬.୨୬ ପ୍ରତିଶତ ହୋଇଛି। ମୁଖ୍ୟତଃ ପେଟ୍ରୋଲ, ଡିଜେଲ ଏବଂ ଖାଇବା ତେଲର ଦାମ ବୃଦ୍ଧି ହେବାରୁ ବଜାର ମହଙ୍ଗା ରହିଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା କାରଣରୁ ପରିବହନ ଶୁଳ୍କ ବଢ଼ିଛି। ତେଣୁ ଅନ୍ୟ ସମସ୍ତ ଦର ବୃଦ୍ଧି ପାଉଛି।

ମେ’ ମାସର ରିପୋର୍ଟ ଅନୁଯାୟୀ, ସିପିଆଇ ଆଧାରିତ ମହଙ୍ଗା ଦର ୬.୩୦ ପ୍ରତିଶତ ଥିଲା। ଯାହାକି ୬ ମାସରେ ସର୍ବାଧିକ ସ୍ତରରେ ଥିଲା। ତେବେ ନିକଟରେ ହୋଇଥିବା ଆରବିଆଇର ମନିଟାରି ପଲିସି କମିଟିରେ ଏହି ମହଙ୍ଗା ଦର ୪ ପ୍ରତିଶତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁଥିରେ +୨ ନହେଲେ -୨ ରହିବ ବୋଲି ଆକଳନ କରାଯାଇଛି। କିନ୍ତୁ ଦ୍ୱିତୀୟ ମାସ ପାଇଁ ଆରବିଆଇର ଆକଳନଠୁ ଅଧିକ ରହିଛି ମହଙ୍ଗା ଦର। ଏହା ପୂର୍ବରୁ ଲଗାତର ୫ ମାସ ହେବ ମହଙ୍ଗା ଦର ୬ ପ୍ରତିଶତ ତଳେ ରହିଥିଲା।

ବଜାରରେ ମୋଟ୍ ମହଙ୍ଗା ୬.୨୬ ପ୍ରତିଶତ ରହିଛି। ହେଲେ ସିଏଫଆଇ ଖାଦ୍ୟ ପଦାର୍ଥର ମହଙ୍ଗା ୫.୧୫ ପ୍ରତିଶତ ରହିଛି। ଯାହାକି ମେ ମାସରେ ୫.୦୧ ପ୍ରତିଶତ ଥିଲା। ଅର୍ଥାତ ଖାଇବା ଦର ବଢିଛି। ଏନଏସଓର ରିପୋର୍ଟରୁ ଜଣାପଡ଼ିଛି ଯେ ଖାଦ୍ୟ ଦର ବୃଦ୍ଧି ପଛର କାରଣ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି। ଏନଏସଓର ରିପୋର୍ଟ ଅନୁଯାୟୀ ଇନ୍ଧନ ଏବଂ ବିଜୁଳି ଦର ମହଙ୍ଗା ହୋଇଛି। ଜୁନରେ ଏହି ଦର ବୃଦ୍ଧି ହୋଇ ୧୨.୭ ପ୍ରତିଶତରେ ପହଞ୍ଚିଛି। ଯାହାକି ମେ ମାସରେ ୧୧.୬ ପ୍ରତିଶତ ଥିଲା।

ସୂଚନାଯୋଗ୍ୟ, ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ପୀତି ୫.୧ ପ୍ରତିଶତ ରହିବ ବୋଲି ଆକଳନ ରଖିଛି। ଜୁନରେ ମହଙ୍ଗା ଦର ୫.୨ ପ୍ରତିଶତ ରହିବ ବୋଲି ସ୍ଥିର କରିଥିବା ବେଳେ ସେପ୍ଟେମ୍ୱରରେ ଏହା ୫.୪ ପ୍ରତିଶତ ଏବଂ ଡିସେମ୍ୱରରେ ୪.୭ ପ୍ରତିଶତ ରହିବ ଏବଂ ମାର୍ଚ୍ଚରେ  ଏହା ୫.୩ ପ୍ରତିଶତ ରହିବ ବୋଲି ଆକଳନ କରିଛି।

The post ମେ’ ତୁଳନାରେ ଜୁନରେ କମିଲା ମହଙ୍ଗା ଦର appeared first on Odisha Reporter.



from Odisha Reporter https://ift.tt/36xlQUs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages