ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା

ପୁରୀ: କରୋନା ସମୟରେ କଟକଣାଯୁକ୍ତ ରଥ ଯାତ୍ରା ପାଇଁ ଗତ ୧୧ ତାରିଖ ରାତିରୁ ପୁରୀ ସହରରେ ୨ ଦିନ ପାଇଁ ଲାଗୁ ହୋଇଥିଲା କର୍ଫ୍ୟୁ। ଏହି   କଟକଣା ଆଜି ରାତି ୮ଟା ଯାଏ ଲାଗୁ ହୋଇଥିଲା। ହେଲେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତିକୁ ସାମାନ୍ୟ କୋହଳ କରାଯାଇଛି।

ଗତକାଲି ସନ୍ଧ୍ୟା ପୂର୍ବରୁ ୩ ରଥ ଶରଧା ବାଲିରେ ପହଞ୍ଚି ସାରିଥିବା ବେଳେ ସମଗ୍ର ପୁରୀ ସହର ପାଇଁ ଆଜି ରାତି ୮ ଯାଏଁ ଜାରି କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି। କେବଳ ଶରଧାବାଲି ସନ୍ନିକଟ ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର  ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦୃଷ୍ଟିରୁ  ଗୁଣ୍ଡିଚା ମନ୍ଦିର ପାଖରେ ୧୪ ତାରିଖ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ବାନାମ୍ବର ଛକରୁ ମାଟିଆପଡ଼ା ଛକ, ମାଟିଆପଡ଼ା ଛକରୁ ଆଶୁତୋଷ ମଠ ଛକ;  ଆଶୁତୋଷ ମଠ ଛକରୁ ନୀଳକଣ୍ଠ ମନ୍ଦିର ଛକ ଯାଏଁ କର୍ଫ୍ୟୁ କଟକଣା ବଳବତ୍ତର ରହିବ।  ସେହିପରି ନୀଳକଣ୍ଠ ମନ୍ଦିର ଛକରୁ ବଡ଼ ଶଙ୍ଖ ଯାଏଁ ବଳବତ୍ତର ରହିବ କର୍ଫ୍ୟୁ। ଏହି ସବୁ ଅଞ୍ଚଳରେ ଦୋକାନ ବଜାର ଓ ବାଣିଜ୍ୟିକ  ପ୍ରତିଷ୍ଠାନ ବନ୍ଦ ରହିବ।

ଏହି ସମୟରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବହନ କରିଥିବା ଗାଡିକୁ ଛାଡିଦେଲେ ଅନ୍ୟ ଗାଡିଗୁଡିକ ଯିବା ଆସିବା ଉପରେ ମଧ୍ୟ କଟକଣା ବଳବତ୍ତର ରହିବ ।

ସେହିପରି ଗତକାଲି ରତ୍ନ ସିଂହାସନ ଛାଡ଼ି ଜନ୍ମ ବେଦୀ ଅଭିମୁଖେ ବାହାରି ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଭାଇ ଭଉଣୀଙ୍କ ସହ ପହଞ୍ଚିଥିଲେ କାଳିଆ ସାଆନ୍ତ । ରଥାରୁଢ଼ ମହାପ୍ରଭୁ ଗତକାଲି ରଥରେ ରହିବା ପରେ ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ । ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହେବ । ପରେ ୩ ଠାକୁର ପହଣ୍ଡି କରି ଆଡ଼ପ ମଣ୍ଡପକୁ ଯିବେ ।

ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟାହ୍ନ ଧୂପ, ସନ୍ଧ୍ୟା  ଆଳତୀ, ସନ୍ଧ୍ୟା ଧୂପ, ବଡଶୃଙ୍ଗାର ବେଶ ନୀତି ଅନୁଷ୍ଠିତ ହୋଇ ରଥାରୂଢ ଠାକୁରଙ୍କ ନିକଟରେ ଶୁଖିଲା ଭୋଗ ଖଇ, କୋରା, ଫଳମୂଳ ଆଦି ଲାଗି ହୋଇଥିଲା । ଆଜି ମଙ୍ଗଳଆରତୀ, ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆରତୀ, ସଂଧ୍ୟା ଧୂପ ପରେ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ହେବ । ଆଡ଼ପ ମଣ୍ଡପରେ ଠାକୁରମାନଙ୍କର ମହାସ୍ନାନ ନୀତି ଅନୁଷ୍ଠିତ ହେବ । ପରଦିନ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ହେବା ସହ ଆଡ଼ପ ଅବଢ଼ା ବାହାରିବ।

ଶାସ୍ତ୍ରରେ କୁହାଯାଇଛି, ରତ୍ନ ମଣ୍ଡପରେ ବର୍ଷସାରା ଦର୍ଶନରେ ଯେଉଁ ଫଳ ମିଳେ, ଆଡ଼ପ ମଣ୍ଡପରେ ଦିନେ ଦର୍ଶନରେ ସେହି ଫଳ ପ୍ରାପ୍ତ ହୁଏ ।  ହେଲେ କରୋନା କଟକଣା ପାଇଁ ଚଳିତ ଥର ଗୁଣ୍ଡିଚା ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । ହେବନି ଭକ୍ତ-ଭଗବାନଙ୍କ ମିଳନ । ହେଲେ ଭକ୍ତଙ୍କୁ କିନ୍ତୁ ଆଡ଼ପ ଅବଢ଼ା ମିଳିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି  । ତେବେ କୋଭିଡ କଟକଣା ଲାଗି ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି ।

The post ଶରଧା ବାଲିରେ ମହାପ୍ରଭୁ, କୋହଳ ହେଲା କର୍ଫ୍ୟୁ କଟକଣା appeared first on Odisha Reporter.



from Odisha Reporter https://ift.tt/2VvM0V3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages