ଗୋଟିଏ ବାଇକ୍‌ରେ ଯାଉଥିଲେ ୪, ଗଛରେ ପିଟି ହୋଇ ଚାଲିଗଲା ୩ ଜଣଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

ଗୋଟିଏ ବାଇକ୍‌ରେ ଯାଉଥିଲେ ୪, ଗଛରେ ପିଟି ହୋଇ ଚାଲିଗଲା ୩ ଜଣଙ୍କ ଜୀବନ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଏକ ବାଇକ୍‌ ଗଛରେ ପିଟି ହେବାରୁ ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ପିଣ୍ଟୁ ମାଝୀ, ସଦାନନ୍ଦ ମାଝୀ ଓ ରାଜୁ ବଗର୍ତ୍ତି। ପିଣ୍ଟୁ ଓ ସଦାନନ୍ଦ ଦୁଇ ଭାଇ ଏବଂ ସେମାନଙ୍କ ଘର ଜୁନାଗଡ଼ ବ୍ଳକ୍ ଅନ୍ତର୍ଗତ ମରିଆବନ୍ଧଲି ଗାଁରେ। ସେହିପରି ମୃତ ରାଜୁ ଚଞ୍ଜରାଭାଡ଼ି ଗାଁର ବାସିନ୍ଦା ଥିଲେ। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଝାରବନ୍ଧ ଗାଁର ମୁକେଶ ମାଝୀ। ସେ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଚାରି ଜଣ ଗୋଟିଏ ବାଇକ୍‌ରେ ଝାରବନ୍ଧରୁ ଜୁନାଗଡ଼ ଅଭିମୁଖେ ଯାଉଥିବା ବେଳେ ମୂର୍ଲାପଦର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ପିଣ୍ଟୁ ମାଝୀ, ସଦାନନ୍ଦ ମାଝୀ ଓ ରାଜୁ ବଗର୍ତ୍ତିଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ଜୁନାଗଡ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

The post ଗୋଟିଏ ବାଇକ୍‌ରେ ଯାଉଥିଲେ ୪, ଗଛରେ ପିଟି ହୋଇ ଚାଲିଗଲା ୩ ଜଣଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/3wiewX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages