ନୂଆଦିଲ୍ଲୀ: ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ୱେଭକୁ ନେଇ ସବୁଆଡ଼େ ଚର୍ଚ୍ଚା। ଦ୍ୱିତୀୟ ୱେଭ ଦ୍ୱାରା ଦେଶରେ ବ୍ୟାପକ କ୍ଷତି ଘଟିଥିବାରୁ ସମସ୍ତେ ତୃତୀୟ ୱେଭ କେମିତି ନ ଆସିବ, ସେନେଇ ସମସ୍ତେ ପ୍ରାର୍ଥନା କରୁଛନ୍ତି। ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଓ ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ତୃତୀୟ ୱେଭକୁ ରୋକିବା ପାଇଁ ନିଜର ଉଦ୍ୟମ ଜାରି ରଖିଛନ୍ତି।
କିନ୍ତୁ ଏବେ ଦେଶରେ ଯେଉଁଭଳି ଭାବେ ଟିକାକରଣ ଚାଲିଛି, ତା’ ଦ୍ୱାରା ଭାରତ ସରକାର କେବେ ହେଲେ ତୃତୀୟ ଲହରକୁ ରୋକି ପାରିବେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ଦେଶରେ କରୋନାର ତୃତୀୟ ୱେଭର ଭୟାବହତାକୁ ରୋକିବାକୁ ହେଲେ ଅତିକମରେ ୬୦% ଲୋକଙ୍କୁ ଟିକା ଦେବାକୁ ପଡ଼ିବ।
ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୬୦% ଲୋକ ଉଭୟ ଡୋଜ୍ ଯଦି ନେଇଥିବେ, ତା’ହେଲେ ତୃତୀୟ ୱେଭ ବେଳେ ସଂକ୍ରମଣ ବଢ଼ିବ ନାହିଁ। ଏହି ଟାର୍ଗେଟକୁ ପୂରଣ କରିବା ପାଇଁ ଭାରତରେ ପ୍ରତିଦିନ ୮.୭ ମିଲିୟନ ଡୋଜର ଟିକାକରଣ ହେବା ଜରୁରୀ।
କିନ୍ତୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର ଚାଲିଥିବା କୁହାଯାଉଥିଲେ ହେଁ ଏହା କେବଳ କାଗଜକଲମରେ ସୀମିତ ହୋଇ ରହିଛି। ଗୋଟିଏ ସପ୍ତାହ ହେଲାଣି ଦେଶରେ ଦୈନିକ ହାରାହାରି ୪ ମିଲିୟନ ଡୋଜର ଟିକାକରଣ ହେଉଛି। ଅର୍ଥାତ ଧାର୍ଯ୍ୟ ଟାର୍ଗେଟ ଠାରୁ ୪.୭ ମିଲିୟନ ଡୋଜ୍ କମ ଟିକାକରଣ କରାଯାଉଛି। ରବିବାର ଦିନ କେବଳ ୧.୫ ମିଲିୟନ ଡୋଜ୍ ଟିକାକରଣ ହୋଇଥିଲା। ଏହା ଟାର୍ଗେଟ ଠାରୁ ୭.୨ ମିଲିୟନ କମ।
ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କେବଳ ୩୫ କୋଟିରୁ ଅଧିକ ଡୋଜ୍ର ଟିକାକରଣ ହୋଇପାରିଛି। ଏହା ମଧ୍ୟରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେଇଥିବା ଲୋକ ରହିଛନ୍ତି। ତେଣୁ ଟାର୍ଗେଟ ଠାରୁ ଭାରତ ବହୁ ଦୂରରେ ରହିଛି। ବର୍ତ୍ତମାନ ଭାରତରେ ୪ଟି ଟିକାର ବ୍ୟବହାର ପାଇଁ ଅନୁମତି ମିଳିଛି। ହେଲେ ସରକାରୀ ଟିକାକରଣ କେନ୍ଦ୍ରରେ କେବଳ କୋଭିସିଲ୍ଡ ଓ କୋଭାକ୍ସିନ ଉପଲବ୍ଧ ହେଉଛି। ଖୁବଶୀଘ୍ର ସ୍ପୁଟନିକ ଟିକା ମାଗଣାରେ ଲୋକଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ମିଳିବ ବୋଲି ସରକାର କହିଛନ୍ତି।
The post ତୃତୀୟ ୱେଭକୁ ରୋକିବା ପାଇଁ ଦୈନିକ ୮.୭ ମିଲିୟନ ଡୋଜ୍ର ଟିକାକରଣ ଜରୁରୀ! appeared first on Odisha Reporter.
from Odisha Reporter https://ift.tt/2VaBHps
No comments:
Post a Comment