୧୧୧ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ, ଆଉ ୫୫୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 5, 2021

୧୧୧ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ, ଆଉ ୫୫୩ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ୱେଭ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୪,୭୦୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ୧୧୧ ଦିନ ମଧ୍ୟରେ ସବୁଠାରୁ କମ ଦୈନିକ ସଂକ୍ରମଣ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୬,୧୯,୯୩୨କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ କରୋନା ଆଉ ୫୫୩ ଜଣଙ୍କ ମୁଣ୍ଡ ନେଇଛି। କ୍ରମାଗତ ଭାବେ ଆରୋଗ୍ୟ ହାର ବଢ଼ୁଥିବାରୁ ଆକ୍ଟିଭ କେସ୍‌ ମଧ୍ୟ ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୯୭.୧୭% ରହିଛି। ୨୪ ଘଣ୍ଟାରେ ୫୧,୮୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୭,୫୨,୨୨୪ରେ ପହଞ୍ଚି ଯାଇଛି। ଦେଶରେ ସକ୍ରିୟ ମାମଲା ୪,୬୪,୩୫୭ ରହିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୪,୦୩,୨୮୧କୁ ବୃଦ୍ଧି ପାଇଛି।

ଦିନକରେ ୧୬,୪୭,୨୨୪ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭିଟି ରେଟ୍‌ ୨.୧୧% ରହିଛି। କ୍ରମାଗତ ୧୫ ଦିନ ପାଇଁ ପଜିଟିଭିଟି ରେଟ ୩% ତଳେ ରହିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।


ଅନ୍ୟପକ୍ଷରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଜାନୁଆରୀ ୧୬ରୁ ଇତି ମଧ୍ୟରେ ୩୫,୭୫,୫୩,୬୧୨ ଡୋଜ୍‌ର ଟିକାକରଣ ହୋଇଛି। କେବଳ ୨୪ ଘଣ୍ଟାରେ ୪୫,୮୨,୨୪୬ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇଛି।

The post ୧୧୧ ଦିନ ମଧ୍ୟରେ ସବୁଠାରୁ କମ ସଂକ୍ରମିତ ଚିହ୍ନଟ, ଆଉ ୫୫୩ ମୃତ appeared first on Odisha Reporter.



from Odisha Reporter https://ift.tt/3wqjocU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages