ସଲମାନ ଖାନ୍‌ଙ୍କୁ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ସଲମାନ ଖାନ୍‌ଙ୍କୁ ସମନ୍‌

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କ ନାଁରେ ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ ପୁଲିସ ପଚରାଉଚରା ପାଇଁ ସଲମାନ, ଅଲିଭିରା ଏବଂ ଅନ୍ୟ ୫ ଜଣଙ୍କୁ ସମନ୍ ପଠାଇଛି। ଏହି ୫ ଜଣଙ୍କ ଭିତରେ ବିଙ୍ଗ ହ୍ୟୁମନ୍ ଫାଉଣ୍ଡେସନର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ ଥିବା ନେଇ ପୁଲିସ ଗୁରୁବାର ସୂଚନା ଦେଇଛି।

ବ୍ୟବସାୟୀଙ୍କ ଅଭିଯୋଗ ମୁତାବକ, ସେ ୨୦୧୮ରେ ୨-୩ କୋଟି ଟଙ୍କା ଖର୍ଚ୍ଚ କରି ‘ବିଙ୍ଗ୍ ହ୍ୟୁମାନ ଜୁଏଲାରୀ’ ଷ୍ଟୋର ଆରମ୍ଭ କରିଥିଲେ। ତାଙ୍କୁ ଭରସା ଦିଆଯାଇଥିଲା ଯେ, ତାଙ୍କୁ ସବୁ ପ୍ରକାରର ସମର୍ଥନ ଦିଆଯିବା ସହ ବ୍ରାଣ୍ଡକୁ ପ୍ରମୋଟ୍ କରାଯିବ। ତେବେ ନା ପ୍ରମୋସନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଲା ନା ଷ୍ଟୋର ପାଇଁ ସାମଗ୍ରୀ ଯୋଗାଇ ଦିଆଗଲା ବୋଲି ଗୁପ୍ତା କହିଛନ୍ତି।

ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି।

ସଲମାନ ଖାନ ବ୍ରାଣ୍ଡକୁ ପ୍ରମୋଟ୍ କରିବେ ବୋଲି ତାଙ୍କୁ ଭରସା ଦିଆଯାଇଥିଲା। ମାତ୍ର ସେମିତି କିଛି ହେଲା ନାହିଁ। କମ୍ପାନୀର ଅଧିକାରୀଙ୍କ ସହ ଅନେକ ଥର ଯୋଗାଯୋଗ କରାଗଲା, ହେଲେ କିଛି ଫାଇଦା ହେଲା ନାହିଁ। ଯେଉଁ ଷ୍ଟୋରରୁ ସେ ଷ୍ଟୋକ ନେଉଥିଲେ ତାହା ୨୦୨୦ ଫେବୃଆରୀରୁ ବନ୍ଦ ପଡିଛି ବୋଲି ଦାବି କରିଛନ୍ତି।

ଶୋରୁମର ଉଦ୍‌ଘାଟନ ପାଇଁ ସଲମାନ ଖାନ ଆସିବେ ବୋଲି ତାଙ୍କୁ କୁହାଯାଇଥିଲା କିନ୍ତୁ ତାଙ୍କ ଭିଣୋଇ ଆୟୁଷ ଶର୍ମା ଆସିଲେ। ତେଣୁ ଅଳଙ୍କାର ବ୍ୟବସାୟୀ ଅରୁଣ ଗୁପ୍ତା ଏହି କେସ୍‌ରେ ସଲମାନ ଏବଂ ଅନ୍ୟଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

The post ସଲମାନ ଖାନ୍‌ଙ୍କୁ ସମନ୍‌ appeared first on Odisha Reporter.



from Odisha Reporter https://ift.tt/3AJZnRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages