ବର୍ଷକରେ ମରିଛନ୍ତି ୧୬୦ ନକ୍ସଲ, ୧୩ ଟପ୍‌ ନେତାଙ୍କ ମୁଣ୍ଡ ନେଇଛି କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ବର୍ଷକରେ ମରିଛନ୍ତି ୧୬୦ ନକ୍ସଲ, ୧୩ ଟପ୍‌ ନେତାଙ୍କ ମୁଣ୍ଡ ନେଇଛି କରୋନା

ମାଲାକାନଗିରି (ଜିତେନ୍ଦ୍ର ବେଉରା): ଗତ ବର୍ଷକ ଭିତରେ ୧୬୦ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନକ୍ସଲ ସଂଗଠନର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍ ଜାରି କରି ଏହି ସୂଚନା ଦିଆଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ କରୋନାରେ ଆକ୍ରାନ୍ତ ହୋଇ ୧୩ ଜଣ ଟପ୍ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ନକ୍ସଲ ନେତା ହରିଭୂଷଣ ମଧ୍ୟ ଅଛନ୍ତି। ସେ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲା। ତାଙ୍କ ନାଁରେ ୪୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
ଏହି ପ୍ରେସ୍ ରିଲିଜ୍‌ରେ ପ୍ରଦତ୍ତ ତଥ୍ୟ ଅନୁସାରେ ଏହି ୧୬୦ ମୃତକଙ୍କ ମଧ୍ୟରୁ ସବୁଠୁ ଅଧିକ ମରିଥିଲେ ଦଣ୍ଡକାରଣ୍ୟରେ। ପୁଲିସ୍‌ ଏନ୍‌କାଉଣ୍ଟରରେ ଏଠାରେ ୧୦୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା।

ସେହିଭଳି ଓଡ଼ିଶାରେ ୧୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶା-ଆନ୍ଧ୍ର ସୀମାରେ ୧୧, ତେଲେଙ୍ଗାନାରେ ୧୪, ବିହାର-ଝାଡ଼ଖଣ୍ଡରେ ୧୧, ଏମ୍‌ଏମ୍‌ସିରେ ୮ ଓ ପଶ୍ଚିମ ଘାଟିରେ ପୁଲିସ୍ ଏନ୍‌କାଉଣ୍ଟରରେ ଜଣଙ୍କ ମୃତ୍ୟୁ ଘଟିଛି।

ମୃତ ୧୬୦ ନକ୍ସଲଙ୍କ ମଧ୍ୟରେ ୩୦ ଜଣ ମହିଳା ମଧ୍ୟ ରହିଥିବା ସେଣ୍ଟ୍ରାଲ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

The post ବର୍ଷକରେ ମରିଛନ୍ତି ୧୬୦ ନକ୍ସଲ, ୧୩ ଟପ୍‌ ନେତାଙ୍କ ମୁଣ୍ଡ ନେଇଛି କରୋନା appeared first on Odisha Reporter.



from Odisha Reporter https://ift.tt/3qMwEqX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages