କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଜଣେ ଭିନ୍ନକ୍ଷମ ଯୁବକଙ୍କୁ ତାଙ୍କର କିଛି ସମ୍ପର୍କୀୟ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖସାଡ଼ି ଗାଁରେ।
ମୃତକଙ୍କ ନାଁ ଏକାଦଶୀ ସ୍ୱାଇଁ। ସେ ପୋଲିଓରେ ଆକ୍ରାନ୍ତ ହୋଇଥିଲେ। ସେ ଦିଲ୍ଲୀରେ ରହୁଥିଲେ। ମାସେ ତଳେ ଗାଁକୁ ଆସିଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ଏକାଦଶୀ ଦୋକାନକୁ ଯାଉଥିବା ବେଳେ ତାଙ୍କ ପଛଆଡୁ ଅତର୍କିତ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଏଦାଶୀଙ୍କ ବଡ଼ ଭଉଣୀ ଦେବକୀ ସାହୁ କହିଛନ୍ତି, ସେମାନଙ୍କର (ଅଭିଯୁକ୍ତମାନଙ୍କର) ମୋ ବାପାମା’ଙ୍କ ସହିତ ଜମିବାଡ଼ିକୁ ନେଇ ଶତ୍ରୁତା ଥିଲା। କିନ୍ତୁ ସେମାନେ ମୋ ଭାଇକୁ ମାରି ଦେଲେ।
ଏହା ସହିତ ସେ ନିଧି ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ନାଁ ନେଇଛନ୍ତି। ସେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦେବକୀ ଅଭିଯୋଗ କରିଛନ୍ତି।
ପୁଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
The post ବାପାମା’ଙ୍କ ଉପରେ ଥିବା ରାଗ ଭିନ୍ନକ୍ଷମ ପୁଅ ଉପରେ ସାରିଲେ, ପିଟି ମାରି ଦେଲେ appeared first on Odisha Reporter.
from Odisha Reporter https://ift.tt/3yreGwV
No comments:
Post a Comment