ବାୟୁ ସେନା ଷ୍ଟେସନ ଉପରେ ପୁଣି କ’ଣ ଉଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 4, 2021

ବାୟୁ ସେନା ଷ୍ଟେସନ ଉପରେ ପୁଣି କ’ଣ ଉଡ଼ିଲା

ଶ୍ରୀନଗର: ଗତ ସପ୍ତାହରେ ଜମ୍ମୁରେ ବାୟୁସେନା ବେସ୍ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ତେବେ ଏହି ଆକ୍ରମଣର ସପ୍ତାହକ ପରେ ପୁଣି ଥରେ ବାୟୁସେନା ବେସ୍ ଉପରେ ଏକ ସନ୍ଦିଗ୍ଧ ଫ୍ଲାଇଂ ଅବଜେକ୍ଟ ଦେଖିବାକୁ ମିଳିଛି। ଜାମ୍ମୁର ସାମ୍ବା ଜିଲ୍ଲାର ବିରପୁର ନିକଟରେ ଏହି ଫ୍ଲାଇଂ ଅବଜେକ୍ଟ ଦେଖିବାକୁ ମିଳିଛି। ସେପଟେ ପୁଲିସ ଏହି ଫ୍ଲାଇଂ ଅବଜେକ୍ଟଟି ଡ୍ରୋନ୍ ନୁହେଁ ବୋଲି କହିଛି।

ସୂଚନାନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୮.୩୫ ସମୟରେ ସାମ୍ବା ଜିଲ୍ଲାର ବୀରପୁର ନିକଟରେ କିଛି ଗୋଟେ ଉଡ଼ନ୍ତା ବସ୍ତୁ ଦେଖିବାକୁ ମିଳିଥିଲା। ତେବେ, ଯେତେବେଳେ ଏଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା, ସେତେବେଳେ କିଛି ମିଳିନଥିଲା। ସେପଟେ ଏହି ଉଡନ୍ତା ବସ୍ତୁଟି ଡ୍ରୋନ୍ ହେବାର ସମ୍ଭାବନାକୁ ସାମ୍ବା ପୁଲିସ ଅସ୍ୱୀକାର କରିଛି।

ଗତ ୨୬ ଓ ୨୭ ଜୁନ୍ ମଧ୍ୟରାତ୍ରିରେ ଜାମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ଡ୍ରୋନ୍ ଆକ୍ରମଣ ହୋଇଥିଲା। ଯଦିଓ ଏହି ଆକ୍ରମଣରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ, କିନ୍ତୁ ଏହା ପ୍ରଥମ ଡ୍ରୋନ୍ ସହିତ ଆତଙ୍କବାଦୀ ଆକ୍ରମଣ ଥିଲା। ସେବେଠାରୁ ଜାମ୍ମୁ କାଶ୍ମୀରରେ ଡ୍ରୋନ୍ କ୍ରମାଗତ ଭାବ ଉଡୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଥର ଡ୍ରୋନ୍ ଉଡୁଥିବା ଆକାଶମାର୍ଗରେ ଦେଖିବାକୁ ମିଳିଛି।

The post ବାୟୁ ସେନା ଷ୍ଟେସନ ଉପରେ ପୁଣି କ’ଣ ଉଡ଼ିଲା appeared first on Odisha Reporter.



from Odisha Reporter https://ift.tt/3hz55x5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages