ଦେଶରେ ବଢ଼ିଲା ସଂକ୍ରମଣ, କମିଲା ଆରୋଗ୍ୟଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ଦେଶରେ ବଢ଼ିଲା ସଂକ୍ରମଣ, କମିଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶର ଦୈନିକ ସଂକ୍ରମଣ ୪୦ ହଜାର ଉପରେ ରେକର୍ଡ କରାଯାଇଛି। ଗତକାଲି ତୁଳନାରେ ଆଜି ମଧ୍ୟ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ସହ ଦୀର୍ଘଦିନ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବି ବୃଦ୍ଧି ଘଟିଛି। ସେହିପରି ପ୍ରାୟ ୨ ମାସ ହେଲା ଆକ୍ରାନ୍ତଙ୍କ ତୁଳନାରେ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଆଜି ଏଥିରେ ବ୍ୟତିକ୍ରମ ଘଟିଛି। ୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪୪,୨୯୧ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଗତକାଲି ଅପେକ୍ଷା ଆଜି ପ୍ରାୟ ୭୦୦ ବଢ଼ି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୫,୮୯୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୪୩, ୭୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୩୪,୭୦୩ ରହିଥିଲା। ତେଣୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ପୁଣିଥରେ ଲୋକଙ୍କ ମଧ୍ୟରେ ଛନକା ପଶିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୦୯,୫୫୭କୁ ବୃଦ୍ଧି ପାଇଛି।

ସେହିପରି ଦେଶରେ କରୋନା ଆଉ ୮୧୭ ଜଣଙ୍କ ଜୀବନ କରୋନା ନେଇଛି। ଅବଶ୍ୟ ଗତାକଲି ତୁଳନାରେ ଏହା କମ। ଗତକାଲି କିଲର କରୋନା ୯୩୦ ଜଣଙ୍କ ଜୀବନ ନେଇଥିବା ସରକାର କହିଥିଲେ। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୦୫,୦୨୮ରେ ପହଞ୍ଚି ଯାଇଛି।

୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ତୁଳନାରେ ଆରୋଗ୍ୟଙ୍କ ସଂଖ୍ୟା କମ ରହିଛି। ଗୋଟିଏ ଦିନରେ ୪୪,୨୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୯୮,୪୩,୮୨୫ରେ ପହଞ୍ଚି ଯାଇଛି। ଏବେ ଦେଶରେ ସକ୍ରିୟ ମାମଲା ୪, ୬୦, ୭୦୪ ରହିଛି। ଗତକାଲି ସକ୍ରିୟ ମାମଲା ୪,୫୯,୯୨୦ ରହିଥିଲା। ଏହା ଅର୍ଥ ଆଜି ଏଥିରେ ୭୮୪ଟି ଅଧିକ କେସ୍‌ ଯୋଡ଼ି ହୋଇଯାଇଛି।


ଦିନକରେ ୧୮,୯୩,୮୦୦ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭିଟି ରେଟ୍‌ ୩% ତଳେ ରହିଛି। ଅନ୍ୟପକ୍ଷରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଜାନୁଆରୀ ୧୬ରୁ ଇତି ମଧ୍ୟରେ ୩୬,୪୮,୪୭,୫୪୯ ଡୋଜ୍‌ର ଟିକାକରଣ ହୋଇଛି। କେବଳ ୨୪ ଘଣ୍ଟାରେ ୩୩,୮୧,୬୭୧ ଡୋଜ୍‌ ଟିକା ଲୋକଙ୍କୁ ଦିଆଯାଇଛି।

The post ଦେଶରେ ବଢ଼ିଲା ସଂକ୍ରମଣ, କମିଲା ଆରୋଗ୍ୟଙ୍କ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/2UuoXK3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages