ଦିନେ ବାପା ଯେଉଁ ପଦ ସମ୍ଭାଳୁଥିଲେ ୩୦ ବର୍ଷ ପରେ ପୁଅ ସେହି ମନ୍ତ୍ରୀ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 7, 2021

ଦିନେ ବାପା ଯେଉଁ ପଦ ସମ୍ଭାଳୁଥିଲେ ୩୦ ବର୍ଷ ପରେ ପୁଅ ସେହି ମନ୍ତ୍ରୀ ହେଲେ

ନୂଆଦିଲ୍ଲୀ: ସିନ୍ଧିଆ ରାଜପରିବାର ସହ ୩୦ ବର୍ଷ ତଳେ ଯାହା ଘଟିଥିଲା ଏବେ ସମାନ ଘଟଣା ଘଟିଛି। ମହାମାରୀ କରୋନା ଆରମ୍ଭ ହେବା ପୂର୍ବରୁ ବିଜେପିକୁ ମଧ୍ୟପ୍ରଦେଶରେ କ୍ଷମତା ଭେଟି ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବଡ଼ ଉପହାର ମିଳିଛି। ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସୁଯୋଗ ମିଳିଛି। କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ସିନ୍ଧିଆ ଦେଶର ନୂଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି।

ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଏହି ମନ୍ତ୍ରଣାଳୟ ବେଶ ପରିଚିତ। କାରଣ ତାଙ୍କ ବାପା ଦିବଂଗତ ମାଧବରାଓ ସିନ୍ଧିଆ ଦିନେ ଏହି ବିଭାଗର ମନ୍ତ୍ରୀ ଥିଲେ। ପିଭି ନରସୀମା ରାଓ ସରକାରରେ ମାଧବରାଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ବେସାରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ହୋଇଥିଲେ। ଦୀର୍ଘ ୩୦ ବର୍ଷ ପରେ ତାଙ୍କ ପୁଅ ସମାନ ବିଭାଗର ଦାୟିତ୍ୱ ମୋଦି ସରକାରରେ ପାଇଛନ୍ତି।

ମାଧବରାଓ ୧୯୯୧ରୁ ୧୯୯୩ ଯାଏ ଏହି ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାପାଙ୍କ ଭଳି ଜୁନିୟର ସିନ୍ଧିଆ ମଧ୍ୟ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ମାଧବରାଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହେବା ପୂର୍ବରୁ ରାଜୀବ ଗାନ୍ଧିଙ୍କ ସରକାର ସମୟରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଥିଲେ।

ଜୁନିୟର ସିନ୍ଧିଆ ମଧ୍ୟ ମୋଦି ସରକାରରେ ମନ୍ତ୍ରୀ ହେବା ପୂର୍ବରୁ ମନମୋହନ ସିଂହ ସରକାରରେ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଭାବେ କାମ କରିଥିଲେ। ତେଣୁ ବାପାଙ୍କ ଭଳି ପୁଅ ମଧ୍ୟ ଭଲ କାମ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।

ମାଧବରାଓ ସିନ୍ଧିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ବେଳେ ବେଶ ଚ୍ୟାଲେଞ୍ଜିଂ ସ୍ଥିତିର ସମ୍ମୁଖୀନ ହୋଇଥିଲେ। ଗୋଟିଏ ବିମାନ ଦୁର୍ଘଟଣା ହେବାରୁ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ଘଟି ନଥିଲା। ଜୁନିୟର ସିନ୍ଧିଆ ମହାମାରୀ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିମାନ ସେବା କ୍ଷେତ୍ରର ଦାୟିତ୍ୱ ପାଇଛନ୍ତି। କରୋନା ଯୋଗୁ ବିଦେଶକୁ ବିମାନ ଉଡ଼ିପାରୁ ନାହିଁ। ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ୧୩% ହ୍ରାସ ପାଇଛି। ତେଣୁ ଏହାକୁ ସେ କେଉଁଭଳି ପରିଚାଳନା କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସୂଚନାଯୋଗ୍ୟ, ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ହାର୍ଭାର୍ଡ ଓ ଷ୍ଟାନଫୋର୍ଡ ଇନଷ୍ଟିଚ୍ୟୁଟରୁ ଶିକ୍ଷାଲାଭ କରିଛନ୍ତି। ୨୦୦୨ରେ ଗୋଟିଏ ବିମାନ ଦୁର୍ଘଟଣାରେ ମାଧବରାଓଙ୍କ ମୃତ୍ୟୁ ଘଟିବାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ କଂଗ୍ରେସ ଟିକେଟରେ ଗୁନା ‌ଲୋକସଭାରେ ଆସନରୁ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ବର୍ଷ କଂଗ୍ରେସରେ ରହିବା ପରେ ୨୦୨୦ରେ ସେ ବିଜେପିରେ ଯୋଗଦେଇ ରାଜ୍ୟସଭାକୁ ଯାଇଛନ୍ତି।

The post ଦିନେ ବାପା ଯେଉଁ ପଦ ସମ୍ଭାଳୁଥିଲେ ୩୦ ବର୍ଷ ପରେ ପୁଅ ସେହି ମନ୍ତ୍ରୀ ହେଲେ appeared first on Odisha Reporter.



from Odisha Reporter https://ift.tt/3howC5B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages