ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଉପକଣ୍ଠ ଖମାମୁଣ୍ଡା ନିକଟ ଜାତୀୟ ରାଜପଥ ୨୬ ଅତିକ୍ରମ କରୁଥିବା ଏକ ଟ୍ରକ୍ ହଠାତ୍ ଦିନ ଦ୍ୱିପ୍ରହରରେ ଅଟକିଗଲା। ଏହି ସମୟରେ ଜଣେ ଯୁବକ ହଠାତ୍ ଗାଡ଼ି ପରକୁ ଚଢ଼ିଯାଇ ଡ୍ରାଇଭରଙ୍କୁ ଭୟଭୀତ କରିବାକୁ ଲାଗିଲେ। ଏସବୁ ହେଉଥିଲା ପୁଲିସ୍ ଟିମ୍ର ଆଖି ଆଗରେ। ଅର୍ଥାତ ଲୁଟେରା ଦେଖାଉଥିଲେ ଲୁଟ୍ର ଲାଇଭ ସିନ୍। ଆଉ ଲୁଟ୍ର ଫଣ୍ଡା ବି ପୁଲିସ୍ ଆଗରେ ବଖାଣିଥିଲେ।
ବଲାଙ୍ଗିର ସହର ଦେଇ ଯାଇଥିବା ଓ ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରୁଥିବା ଟ୍ରକ୍ ଡ୍ରାଇଭର ବାରମ୍ବାର ଏପରି ଲୁଟ୍ର ଶିକାର ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ଲୁଟେରାଙ୍କୁ ଗିରଫ କରିବାକୁ ପୁଲିସ୍ ବିଛାଇଥିଲା ଜାଲ। ସଦର ଏସ୍.ଡି.ପି.ଓ ତୋଫାନଙ୍କ ନେତୃତ୍ୱରେ ଗଠିତ ଟିମ୍ ୨ ଦିନ ପୂର୍ବେ ୬ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଆଜି ସେମାନେ ଦେଖାଉଥିଲେ ଲାଇଭ ଲୁଟ୍ର ସିନ୍।
ସୂଚନାଯୋଗ୍ୟ, ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ବରଗଡରୁ ବଲାଙ୍ଗିର ଦେଇ ବୋରିଗୁମା ଯାଇଥାଏ ଶହ ଶହ ଟ୍ରକ । କିନ୍ତୁ ବଲାଙ୍ଗିର ଉପକଣ୍ଠ ଖମାରମୁଣ୍ଡା ନିକଟରେ ଥିବା ଏକ ପୋଲ ପାଖରେ ଅଧିକାଂଶ ଦିନ ଲୁଟର ଶିକାର ହେଉଥିଲେ ଟ୍ରକ ଡ୍ରାଇଭର । ଫିଲ୍ମ ଷ୍ଟାଇଲରେ ରାସ୍ତା ଉପରେ ଟ୍ରକ ଅଟକାଉଥିଲେ ଲୁଟେରା । ରାସ୍ତା ମଝିରେ ବାଇକ ରଖିଦେବା ସହ ଟ୍ରକ ଅଟକିଗଲା ପରେ, ତିନି ଚାରି ଜଣ ଟ୍ରକ୍ ଡ୍ରାଇଭର ପାଖକୁ ଦୌଡ଼ି ଯାନ୍ତି। ହଠାତ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଲୁଟି ନେଉଥିଲେ । ଲୁଟକୁ ସଫଳ କରିବା ପାଇଁ, ରାସ୍ତାର ଉଭୟ ପାର୍ଶ୍ୱରେ ନିଜ ସହଯୋଗୀଙ୍କୁ ଛିଡ଼ା କରାଉଥିଲେ। ଫଳରେ ପୋଲିସ ଆସିଲେ ତୁରନ୍ତ ଖରବ ପାଇ ଜାଗା ଛାଡ଼ି ହେବ।
ଏପରି ଫର୍ମୂଲାରେ ମାସ ମାସ ଧରି ପୁଲିସ୍କୁ ଚକମା ଦେଇ, ଟ୍ରକ ଡ୍ରାଇଭରଙ୍କୁ ଲୁଟ କରୁଥିଲେ ଲୁଟେରା ଟିମ୍ । ବରମ୍ବାର ଅଭିଯୋଗ ହେବା ପରେ ଏହା ପୁଲିସ୍ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ପୁଲିସ୍ ଟିମ ଗଠନ କରିଥିଲା ବଲାଙ୍ଗିର ପୁଲିସ୍ । ଟିମର ନେତୃତ୍ୱ ନେଇଥିଲେ ସଦର ଏସ୍.ଡି.ପି.ଓ ତୋଫାନ ବାଗ । ଏହି ଟିମ୍ ୬ ଜଣ ଲୁଟେରାଙ୍କୁ ଗିରଫ କରିବା ସହ, ସେମାନେ ବ୍ୟବହାର କରୁଥିବା ନକଲି ବନ୍ଧୁଖ ଓ ଖଣ୍ଡା, ଜବତ କରିଛି ।
ଗିରଫ ୬ ଜଣ ଲୁଟେରାଙ୍କ ଦ୍ୱାରା ପୂରା ସିନର ରିକ୍ରିଏସନ କରି ପ୍ରମାଣ ସଂଗ୍ରହ କରିଥିଲା ବଲାଙ୍ଗିର ପୁଲିସ୍ । କିନ୍ତୁ ସବୁ ପ୍ରମାଣ ଦେଲା ପରେ, ଏହା ପୁରୁଣା କଥା, ଏବେ ଆମେ ଲୁଟରେ ସଂପୃକ୍ତ ନୋହୁଁ । ଆମେ ଘଟଣା ସଂର୍ପକରେ କିଛି ଜାଣିନୁ ବୋଲି କହିଛନ୍ତି ଲୁଟେରା । ସବୁଠୁ ଆଶ୍ଚର୍ଯ୍ୟର କଥା ଲାଇଭ ସିନ୍ ବେଳେ ଡେମୋ ପାଇଁ ଅଟକାଇଥିବା ଟ୍ରକ ଡ୍ରାଇଭର ବି ଏପରି ୨ ଥର ଏପରି ଲୁଟର ଶିକାର ହୋଇଥିବା କହିଥିଲେ।
ଏ ସମ୍ପର୍କରେ ଏସଡିପିଓ କହିଛନ୍ତି, ଲୁଟେରା ଗ୍ରୁପ୍ କରି ଟ୍ରକ୍କୁ ଅଟକାଇ ଲୁଟ୍ କରୁଛନ୍ତି। ସେମାନଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ୱାର୍ଡ ଗଠିତ ହୋଇଛି। ଆମେ ଗୋଟିଏ ଗ୍ରୁପ୍ର ୬ ଜଣଙ୍କୁ ଧରିଛୁ। ଉକ୍ତ ଗ୍ରୁପ୍ର ୩ ଜଣ ଲାଇଭ ସିନ୍ ଦେଖାଇଛନ୍ତି। ଅନ୍ୟମାନଙ୍କୁ ଧରିବାକୁ ଧରପଗଡ଼କୁ ଜୋରଦାର କରାଯାଇଛି।
The post ବିଚ୍ ରାସ୍ତାରେ ଲାଇଭ ଲୁଟ୍ର ସିନ୍, ଲୁଟେରା ବତାଇଲେ ଫର୍ମୂଲା appeared first on Odisha Reporter.
from Odisha Reporter https://ift.tt/3l2mscS
No comments:
Post a Comment