ୟେଦ୍ୟୁରପ୍ପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

ୟେଦ୍ୟୁରପ୍ପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ

ବେଙ୍ଗାଲୁରୁ: ବିଜେପି ନେତା ବାସଭରାଜ ବୋମାଇ କର୍ଣ୍ଣାଟକର ୨୩ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବରେ ସେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥାଓ୍ୱର ଚାନ୍ଦ ଗେହଲୋଟ ଆଜି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ବେଳେ ଉପସ୍ଥିତ ଥିବା ବିଏସ ୟେଦ୍ୟୁରପ୍ପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିବା ସୂଚନା ରହିଛି। ଲିଙ୍ଗାୟତ ସମୁଦାୟର ଏହି ନେତା ୟେଦ୍ୟୁରପ୍ପାଙ୍କର ଜଣେ ବିଶ୍ୱସ୍ତ ନେତା ଭାବରେ ଜଣାଶୁଣା।

ବୋମାଇ ଏବେ ହାବେରି ଜିଲ୍ଲାର ଶିଗାଓଁର ବିଧାୟକ। ୬୧ ବର୍ଷୀୟ ଏହି ନେତା ମେକାନିକାଲ ଇଞ୍ଜିନିୟରିଂରେ ବିଟେକ୍ ପାସ କରିବା ପରେ ରାଜନୀତିରେ ପାଦ ଥାପିଥିଲେ। ଜନତା ଦଳରୁ ସେ ରାଜନୀତି ଆରମ୍ଭ କରିଥିଲେ। ୧୯୯୮ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ ଏହି ନେତା। କର୍ଣ୍ଣାଟକ ରାଜନୀତିରେ ଜଣା ନମ୍ର ଓ ଭଦ୍ର ନେତା ଭାବରେ ନିଜର ପରିଚୟ ରଖିଛନ୍ତି ଏହି ନେତା। ୟେଦ୍ୟୁରପ୍ପା ସରକାରରେ ସେ ଦୁଇଥର ମନ୍ତ୍ରୀ ହୋଇଥିଲେ। ଗତକାଲି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ୟେଦ୍ୟୁରପ୍ପା ତାଙ୍କୁ ଉତ୍ତରାଧିକାରୀ ଭାବରେ ମନୋନୀତ କରିବା ପରେ ସେ ରାଜ୍ୟର ୨୩ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ବାସଭରାଜ ବୋମାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଆର ବୋମାଇଙ୍କ ପୁଅ।

ଶପଥ ଗ୍ରହଣ ପୂର୍ବରୁ ବାସଭରାଜ ବୋମାଇ କହିଥିଲେ ଯେ ବିଏସ୍ ୟେଦ୍ୟୁରପ୍ପା ତାଙ୍କ ବାପା ସମାନ। ୟେଦ୍ୟୁରପ୍ପାଙ୍କ ପାଖରେ ସରକାର ଚଳାଇବାର ଅଭିଜ୍ଞତା ରହିଛି। ୟେଦ୍ୟୁରପ୍ପା ତାଙ୍କ ମନ୍ତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସ୍ୱାଧୀନତା ଦେଇଥିଲେ। ସେ ମନ୍ତ୍ରୀ ଭାବରେ ମଧ୍ୟ କାମ କରି ସନ୍ତୁଷ୍ଟ। ଏବେ ୟେଦ୍ୟୁରପ୍ପାଙ୍କ ପରାମର୍ଶ ନେଇ ସରକାର ଚଳାଇବେ ବୋଲି ସେ କହିଛନ୍ତି।

ସୂଚନାନୁସାରେ, ରାଜ୍ୟ ବିଜେପିରେ ୟେଦ୍ୟୁରପ୍ପାଙ୍କ ପୁଅ ଭି.ଜେ ବିଜୟେନ୍ଦ୍ର ଉପାଧ୍ୟକ୍ଷ ରହିଛନ୍ତି। ଏବେ ତାଙ୍କୁ କେନ୍ଦ୍ର ବିଜେପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆଣିପାରେ। ସୂଚନାନୁସାରେ, ବୋମାଇଙ୍କ ସହ ତିନିଜଣ ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କରଜୋଲ, ଆର ଅଶୋକ ଏବଂ ଶ୍ରୀରାମୁ ରହିବେ।

The post ୟେଦ୍ୟୁରପ୍ପାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନୂଆ ମୁଖ୍ୟମନ୍ତ୍ରୀ ବୋମାଇ appeared first on Odisha Reporter.



from Odisha Reporter https://ift.tt/3rFKr2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages