ମୁମ୍ବାଇ: ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଅଶ୍ଳୀଳ ଫିଲ୍ମ ସୁଟିଂ ମାମଲରେ ଆସିଛି ନୂଆ ଅଭିଯୋଗ। ଜଣେ ମହିଳା ରାଜ କୁନ୍ଦ୍ରାଙ୍କ କମ୍ପାନୀ ନାଁରେ ଅଭିଯୋଗ ଆଣି ମୁମ୍ବାଇ ପୁଲିିସର ଦ୍ୱାରସ୍ଥ ହୋଇଛନ୍ତି।
ପୀଡିତାଙ୍କ ଅଭିଯୋଗକୁ ଆଧାର କରି ଏକ ନୂଆ କେସ୍ ରୁଜୁ କରିଛି ମୁମ୍ବାଇ ପୁଲିସ। ରାଜଙ୍କ କମ୍ପାନୀ ବିରୋଧରେ ଏହି କେସ୍ ରୁଜୁ କରାଯାଇଛି। ଏଥିସହ ୪ ଜଣ ପ୍ରଡ୍ୟୁସରଙ୍କ ନାଁରେ ଏଫ୍ଆଇଆର୍ ହୋଇଛି।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଏହି ଏଫ୍ଆଇଆର୍ରେ ପୂର୍ବରୁ ଅଶ୍ଳୀଳ ଫିଲ୍ମ ମାମଲାରେ ଗିରଫ ହୋଇସାରିଥିବା ଅଭିନେତ୍ରୀ ଗେହନା ବସିଷ୍ଟଙ୍କ ନାଁ ରହିଛି। ତେବେ ଏଥିରେ କିନ୍ତୁ ରାଜ କୁନ୍ଦ୍ରାଙ୍କ ନାଁ ନାହିଁ । ହଟ୍ସଟ୍ରେ ଅଶ୍ଳୀଳ ଚଳଚ୍ଚିତ୍ର ଅପଲୋଡ୍ ସଂପର୍କରେ ଏହି ମାମଲା ପଞ୍ଜିକୃତ ହୋଇଛି।
ପୀଡିତାଙ୍କ ବୟାନ ମୁତାବକ ବଡ ବ୍ୟାନର ଫିଲ୍ମରେ କାମ ଦେବା ବାହାନାରେ ପର୍ଣ୍ଣ ଫିଲ୍ମ ତିଆରି କରାଯାଇଥିଲା। ପୀଡିତା ପ୍ରଥମେ କ୍ରାଇମବ୍ରାଞ୍ଚକୁ ଏକ ବିବୃତ୍ତି ଦେଇଥିଲେ, ଯାହା ପରେ ମାଲଭାନି ପୁଲିସରେ ମାମଲା ରୁଜୁ କରିବା ପରେ ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ରାଜ କୁନ୍ଦ୍ରା ମାମଲାର ତଦନ୍ତ କରୁଥିବା ମୁମ୍ବାଇର ପ୍ରପର୍ଟି ସେଲ୍ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରିବ।
ରିପୋର୍ଟ ଅନୁଯାୟୀ, ଏଫ୍ଆଇଆର୍ରେ ସିଧାସଳଖ ରାଜ କୁନ୍ଦ୍ରାଙ୍କ ନାମ ନାହିଁ, କିନ୍ତୁ ପୀଡିତାଙ୍କୁ ରାଜ କୁନ୍ଦ୍ରାଙ୍କ କମ୍ପାନୀ ପାଇଁ ଏହି ସୁଟିଂ କରାଯାଉଛି ବୋଲି କୁହାଯାଇଥିଲା। ତେଣୁ ଆଗକୁ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ଆହୁରି ଅଡୁଆ ବଢ଼ିପାରେ।
The post ବଢ଼ୁଛି କୁନ୍ଦ୍ରାଙ୍କ ଅଡୁଆ, ୪ ପ୍ରଡ୍ୟୁସରଙ୍କ ନାଁରେ ଏଫ୍ଆଇଆର୍ appeared first on Odisha Reporter.
from Odisha Reporter https://ift.tt/3BNFERA
No comments:
Post a Comment