ଦେଶକୁ ଦେଶଦ୍ରୋହ ଆଇନ୍ ଆବଶ୍ୟକ କି, ପଚାରିଲେ ସୁୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

ଦେଶକୁ ଦେଶଦ୍ରୋହ ଆଇନ୍ ଆବଶ୍ୟକ କି, ପଚାରିଲେ ସୁୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମାଗାନ୍ଧୀଙ୍କୁ ଚୁପ କରିବାକୁ ଦେଶଦ୍ରୋହ ଆଇନ୍ ପ୍ରଣୟନ କରିଥିଲେ ବ୍ରିଟିଶ ସରକାର। ଏବେ ଏହି ଆଇନର ଅପବ୍ୟବହାର ହେଉଛି। ତେଣୁ ଏହି ଆଇନର ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି. ରମନ୍ନା।

ଗୋଟିଏ ବଢ଼େଇକୁ କରତଟିଏ ଦେଲେ ଯେମିତି ଜଙ୍ଗଲ ସଫା ହେବା ଥୟ, ସେହିପରି ଏହି ଆଇନର ୧୨୪-କ ଧାରାକୁ ଅନେକ ତଦନ୍ତକାରୀ ସଂସ୍ଥା ଅପବ୍ୟବହାର କରି ଲୋକଙ୍କ ସ୍ୱର ଚପାଇବାକୁ ଚେଷ୍ଚା କରାଯାଉ ଥିବାର ନଜିର ରହିଛି। ଏହି ଦେଶଦ୍ରୋହ ଆଇନରେ ଯେଉଁଭଳି ବ୍ୟବସ୍ଥା ରହିଛି ଜଣଙ୍କ ବିରୋଧରେ ଏହି ଦଫା ଲାଗିଲେ ନିରବ ରହିବା ସୁନିଶ୍ଚିତ। ସେ ଡରି ଡରି ରହୁଛି ବୋଲି ନ୍ୟାୟମୂର୍ତ୍ତି କହିଛନ୍ତି। ଏହି ଆଇନର ଅପବ୍ୟବହାର ଉପରେ ରୋକ୍ ଲଗାଇବା ଦରକାର ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ସ୍ୱାଧୀନତାର ୭୫ ବର୍ଷ ପରେ ଦେଶଦ୍ରୋହ ଆଇନର ଆବଶ୍ୟକତା ନାହିଁ। ଏହି ଆଇନ ଜଣଙ୍କୁ ନିରବ କରିବାକୁ ବ୍ୟବହାର କରାଯାଉଛି। ବ୍ରିଟିଶ ସରକାର ମହାତ୍ମାଗାନ୍ଧୀଙ୍କୁ ନିରବ କରିବାକୁ ଯାଇ ଏହି ଆଇନ ତିଆରି କରିଥିଲେ। ଏବେ ଏହି ଆଇନର ଧାରା ୧୨୪-କ ବ୍ୟବହାର ହେବା ଦ୍ୱାରା ସ୍ୱାଧୀନତା କ୍ଷୁର୍ଣ୍ଣ ହେଉଛି ବୋଲି ଦେଶରେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ମେଜର ଜେନେରାଲ ଏସ.ଜି. ବୋମ୍ବାତକେରେ ଆବେଦନ କରିଛନ୍ତି। ଏହି ଧାରା ଏବେ ରହିବାର କୌଣସି ବୈଧତା ରଖୁନି। ତୁରନ୍ତ ଏହାକୁ ରଦ୍ଦ କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏହି ଧାରା ଜଣଙ୍କ ବିରୋଧରେ ରୁଜୁ ହେବା ବେଳେ ଉତ୍ତରଦାୟୀତ୍ୱ ବଢ଼ାଇବା ଦରକାର ବୋଲି ଆବେଦନରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁଇ ଜଣ ସାମ୍ୱାଦିକ ମଧ୍ୟ ଏହି ଧାରାକୁ ରଦ୍ଦ କରାଯାଉ ବୋଲି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦୁଇ ଜଣିଆ ଖଣ୍ଡପୀଠଙ୍କ ପାଖରେ ଏହି ଆବେଦନର ଶୁଣାଣି କରାଯାଇଥିଲା। ଏହି ପୀଠ ଏ ବାବଦରେ କେନ୍ଦ୍ରର ଜବାବ ମଧ୍ୟ ମାଗିଥିଲେ।

The post ଦେଶକୁ ଦେଶଦ୍ରୋହ ଆଇନ୍ ଆବଶ୍ୟକ କି, ପଚାରିଲେ ସୁୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3B8lMIz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages