ପଞ୍ଜାବରୁ ଆସୁଥିଲା ପୁଳା ପୁଳା ସୁନା, ଜବତ ହେଲା ୨ କେଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 15, 2021

ପଞ୍ଜାବରୁ ଆସୁଥିଲା ପୁଳା ପୁଳା ସୁନା, ଜବତ ହେଲା ୨ କେଜି

କଟକ(ଓଡ଼ିଶା ରିପୋର୍ଟର): ପଞ୍ଜାବରୁ ଆସୁଥିଲା ପୁଳା ପୁଳା ସୁନା। ବିକ୍ରି ହେଉଥିଲା କଟକର ବିଭିନ୍ନ ସୁନା ଦୋକାନରେ । ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍‌ଟି ତଥା ଟ୍ୟାକ୍ସ ଦେବାକୁ ପଡ଼ୁ ନ ଥିଲା। ଜିଏସ୍‌ଟି ଫାଙ୍କିବା ପାଇଁ ଟ୍ରେନ ସାଜୁଥିଲା ମାଧ୍ୟମ । ଟ୍ରେନରେ କୌଣସି ଧରପଗଡ଼ ନ ଥିବାରୁ ଦୀର୍ଘ ଦିନ ହେବ ସୁରୁଖୁରରେ ଚାଲିଥିବା ଏହି ବ୍ୟବସାୟ।

ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୀର୍ଘ ଦିନ ହେବ ଏହି କାରବର ପଛର ମାଷ୍ଟର ମାଇଣ୍ଡକୁ ଧରିବାକୁ ଜାଲ ବିଛାଉଥିଲା କମିଶନରେଟ ପୁଲିସ୍‌ । ଶେଷରେ ଆଜି  ଷ୍ଟେଶନ ବଜାର ଅଞ୍ଚଳରୁ ରଞ୍ଜନ ସାହୁଙ୍କ  ନିକଟରୁ ଜବତ ହୋଇଛି ୨ କେଜି ୨୯ ଗ୍ରାମ ମିକ୍ସଡ ଗୋଲ୍ଡ ।  ଅମୃତସରରୁ ଗୁରୁଜିତ ସିଂ, ମନପ୍ରିତ ସିଂ ଟ୍ରେନ୍‌ ଯୋଗେ ରଞ୍ଜନଙ୍କୁ ସୁନା ଦେବାକୁ ଆସିଥିବା ବେଳେ ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ଜବତ ସୁନାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ହେବ । ଏହାବାଦ ୨୭, ୮୦୦ ଗୋଲଡ ପ୍ଲେଟେଡ ଅଳଙ୍କାର ବି ମିଳିଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ।

କଟକରୁ ଜବତ ସୁନା।

ଏନେଇ କଟକ ଡିସିପିଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, “ବାହାରୁ ସୁନା ଆସି କଟକରେ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା। ହେଲେ କିଛି ସନ୍ଧାନ ମିଳି ପାରୁ ନ ଥିଲା। ଦୀର୍ଘ ଦିନର ଖୋଳତାଡ଼ ପରେ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇ ୨ କେଜି ୨୯ ଗ୍ରାମ ମିକ୍ସଡ ଗୋଲ୍ଡ ମିଳିଛି।  ୨ ଜଣ ବ୍ୟକ୍ତି ଅମୃତସରରୁ ସୁନା ନେଇ ଟ୍ରେନ ଯୋଗେ କଟକ ଆସୁଥିଲେ। ଏଠାରେ ବିଭିନ୍ନ ସୁନା ଦୋକାନୀଙ୍କୁ ବିନା ଟ୍ୟାକ୍ସରେ ସୁନା ଦେଉଥି଼ଲେ। ଏହି କାରବାର ସମୟରେ ଆନ୍ତରାଜ୍ୟ ଜିଏସ୍‌ଟି ସହ ଟ୍ୟାକ୍ସ ଫାଙ୍କୁଥିଲେ ବ୍ୟବସାୟୀ। ଜିଏସ୍‌ଟି ଅଧିକାରୀ ଆସି ଯାଞ୍ଚ କରିଛନ୍ତି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। କାହାକୁ ଗିରଫ କରାଯାଇନି। ୩ ଲକ୍ଷ ୨୩ ହଜାର ଫାଇନ୍‌ ଆଦାୟ ହୋଇଛି। ଅଧିକ ଯାଞ୍ଚ ଚାଲିଛି। ”

ଏନେଇ ଜିଏସ୍‌ଟି ଅଧିକାରୀ କହିଛନ୍ତି, “ଆନ୍ତରାଜ୍ୟ ଟିକସ ଫାଙ୍କି ଏହି ସୁନା କାରବାର କରାଯାଇଛି। ଅଭିଯୁକ୍ତଙ୍କ ଉପରେ ୧ ଲକ୍ଷ ୬୫,୭୨୯ ଟଙ୍କା ଫାଇନ୍‌ ହୋଇଥିବା ବେଳେ ତାହାର ୧୦୦ ପ୍ରତିଶତ ପେନାଲଟି ବି ଆଦାୟ ହୋଇଛି। ସମୁଦାୟ ୩ ଲକ୍ଷ ୨୩ ହଜାର ଟଙ୍କା ଆଦାୟ ହୋଇଥିବା ବେଳେ ଅଭିଯୁକ୍ତମାନେ ସବୁ ଅର୍ଥ ପେମେଣ୍ଟ କରି ଦେଇଛନ୍ତି। ଆଗକୁ ତଦନ୍ତ ପରେ ଅଧିକ ତଥ୍ୟ ସାମନାକୁ ଆସିବ ।”

The post ପଞ୍ଜାବରୁ ଆସୁଥିଲା ପୁଳା ପୁଳା ସୁନା, ଜବତ ହେଲା ୨ କେଜି appeared first on Odisha Reporter.



from Odisha Reporter https://ift.tt/2UPIX9P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages