ଘରେ ପ୍ରସ୍ତୁତ କରନ୍ତୁ ଏଗ୍‌ ଚିଲ୍ଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ଘରେ ପ୍ରସ୍ତୁତ କରନ୍ତୁ ଏଗ୍‌ ଚିଲ୍ଲି

ଆବଶ୍ୟକ ସାମଗ୍ରୀ: କ୍ୟାପସିକମ୍‌, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଅଣ୍ଡା, ସିଜୱାଇନ୍‌ ସସ୍‌, ଟମାଟୋ ସସ୍‌, କର୍ଣ୍ଣଫ୍ଲୋର, ମଇଦା,  ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ୍‌ ତେଲ, ଚାଇନିଜ ସଲଟ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଣ୍ଡାକୁ ସିଝାଇ ଦିଅନ୍ତୁ। ପ୍ରତି ଅଣ୍ଡାକୁ ୪ ଖଣ୍ଡ ଲେଖା କରି ଦିଅନ୍ତୁ।

ଏବେ ଏକ ବାଉଲରେ କର୍ଣ୍ଣଫ୍ଲୋର, ମଇଦା, ଗୋଲମରିଚ ଗୁଣ୍ଡ, ଲୁଣ, ସିଜୱାଇନ୍‌ ସସ୍‌, ଅଣ୍ଡା କେଶର ମିଶାନ୍ତୁ। ସେଥିରେ ଅଳ୍ପ ଅଳ୍ପ ପାଣି ପକାଇ ତାହାକୁ ଗୋଳାଇ ଏକ ପତଳା ଘୋଳ ପ୍ରସ୍ତୁତ କରି ଦିଅନ୍ତୁ।

ଏକ ପ୍ଲେଟରେ କିଛି ମଇଦା ନିଅନ୍ତୁ। ଅଣ୍ଡା ପିସ୍‌କୁ ମଇଦାରେ ଗୋଳାଇ ଘୋଳରେ ବୁଡ଼ାନ୍ତୁ। ଏକ କରେଇରେ ତେଲ ଗରମ କରନ୍ତୁ।  ଏହାପରେ ଅଣ୍ଡାକୁ ପକାଇ ତାହାକୁ ମିଡିୟମ ଆଞ୍ଚରେ ଫ୍ରାଏ କରନ୍ତୁ।

ଏବେ ଅନ୍ୟ ଏକ ପାତ୍ରରେ  କିଛି ତେଲ ନେଇ ସେଥିରେ ଛୋଟ ଛୋଟ କଟା ହୋଇଥିବା ଅଦା, ରସୁଣ, କଞ୍ଚାଲଙ୍କା ପକାଇ ଫ୍ରାଏ କରନ୍ତୁ । ଏବେ ସେଥିରେ ପିଆଜ, କ୍ୟାପସିକମ୍‌  ପକାନ୍ତୁ। ଏହାକୁ କିଛି ସମୟ ଫ୍ରାଏ କରିବା ପରେ ସେଥିରେ ସିଜୱାଇନ୍‌ ସସ୍‌, ଚାଇନିଜ ସଲଟ, ଲୁଣ, ଗୋଳମରିଚ ଗୁଣ୍ଡ, ସୋୟା ସସ୍‌, ଟମାଟୋ ସସ୍‌, ଭିନେଗାର ପକାଇ ଗୋଳାନ୍ତୁ। ସେଥିରେ ଅଳ୍ପ ପାଣି ଦେଇ  ତାହାକୁ ଫୁଟିବାକୁ ଛାଡ଼ି ଦିଅନ୍ତୁ।

ଏବେ ଏକ ଛୋଟ ବାଉଲରେ କିଛି କର୍ଣ୍ଣଫ୍ଲୋର ନେଇ ସେଥିରେ ପାଣି ମିଶାଇ ଏହି ଘୋଳକୁ କରେଇରେ ପକାଇ ଗୋଳାନ୍ତୁ। ତାହା ଫୁଟିବା ଆରମ୍ଭ ହେବା ମାତ୍ରେ ସେଥିରେ ଅଣ୍ଡା ଫ୍ରାଏକୁ ପକାଇ ଗୋଳାନ୍ତୁ। ଏବେ ଗ୍ୟାସ୍‌ ବନଦ କରି ଅଣ୍ଡା ଚିଲ୍ଲିକୁ ଏକ ପ୍ଲେଟକୁ ବାହାର କରି ତାହା ଉପରେ ଧନିଆପତ୍ର ପକାନ୍ତୁ। ଏବେ ଗରମାଗରମ ସର୍ଭ କରନ୍ତୁ ଟେଷ୍ଟି ଅଣ୍ଡା ଚିଲ୍ଲି।

The post ଘରେ ପ୍ରସ୍ତୁତ କରନ୍ତୁ ଏଗ୍‌ ଚିଲ୍ଲି appeared first on Odisha Reporter.



from Odisha Reporter https://ift.tt/36mjJCM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages