ନୂଆପଡ଼ା(ମାୟାଧର ସରାଫ ): ନୂଆପଡ଼ା ସହରରେ ଭାଲୁ ଆତଙ୍କ । ଗତ ବୁଧବାର ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପଶିଥିବା ଭାଲୁକୁ ଘଉଡ଼ାଇବାକୁ ବନ କର୍ମଚାରୀ ନାକେଦମ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଥିଲା।
ଗତକାଲି ରାତି ପ୍ରାୟ ୯ଟାରେ ପ୍ରଥମେ ନୂଆପଡ଼ା ମିନି ଷ୍ଟାଡିୟମ ପାଖରେ ହାତୀଟି ବୁଲୁଥିବା ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଉଡ଼ାଇବାରୁ ହାତୀଟି ସେଠାରୁ ଜାତୀୟ ରାଜପଥ ୩୫୩ ଅତିକ୍ରମ କରି – ଇନ୍ଦିରା କଲୋନୀ, ବ୍ଲକ କଲୋନୀ ମଝିରେ ହନୁମାନ ମନ୍ଦିର ପାଖରେ କିଛି ସମୟ ବୁଲାବୁଲି କଲା। ଏହାପରେ ସେଠାରୁ ସିଧା ଯାଇ ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପଶିଲା। ଏହାପରେ ବନ କର୍ମଚାରୀଙ୍କ ଦୀର୍ଘ ସମୟ ପରିଶ୍ରମ ପରେ ଭାଲୁଟି ସେଠାରୁ ବାହାରି ଏସ୍ପିଙ୍କ ଗେଟ୍ ସମ୍ମୁଖରେ ବୁଲିଲା। ଏହାପରେ ବନ କର୍ମଚାରୀ ଭାଲୁକୁ ୩ ପାର୍ଶ୍ୱରୁ ଘେରିବାରୁ ସେ ରାତି ପ୍ରାୟ ୩ଟାରେ ଜଙ୍ଗଲକୁ ପଳାଇଥିଲା।
ଗତ ୮ ତାରିଖରେ ମଧ୍ୟ ସହର ମଧ୍ୟକୁ ଏକ ଭାଲୁ ପଳାଇ ଆସିଥିଲା। ଭାଲୁଟି ପ୍ରଥମେ ଜଳ ବିଭାଜିକା ଅଫିସ ଯାଇଥିଲା। ସେଠାରେ ଦିନ ସାରା ରହିବା ପରେ ରାତିରେ ଜିଲ୍ଲାପାଳଙ୍କ କ୍ୟାମ୍ପସ ଭିତରେ ପଶିଥିଲା। ସେଠାରୁ ବାହାରି ଜିଲ୍ଲା ପ୍ରାଣୀ ସମ୍ପଦ କାର୍ଯ୍ୟାଳୟରେ ପଶିଥିଲା। ଏହାପରେ ବନ କର୍ମଚାରୀ ଘଉଡ଼ାଇବାରୁ ରାତି ୧୧ଟାରେ ଜଙ୍ଗଲକୁ ପଳାଇଥିଲା।
ସୂଚନାଯୋଗ୍ୟ, ନୂଆପଡ଼ା ସହରକୁ ଲାଗି ସୁନାବେଡ଼ା ଅଭୟାରଣ୍ୟ ସମେତ ଆହୁରି ବହୁ ଘଞ୍ଚ ଜଙ୍ଗଲ ଥିବାରୁ ଅଧିକାଂଶ ସମୟରେ ସହର ମଧ୍ୟରୁ ଭାଲୁ ପଶି ଆସୁଛନ୍ତି। ଫଳରେ ଲୋକେ ଆତଙ୍କିତ ରହୁଛନ୍ତି। ଏଥିଯୋଗୁ ବନ କର୍ମଚାରୀ ବି ନାକେଦମ ହେଉଛନ୍ତି।
The post ନାକେଦମ କଲା ଭାଲୁ, ଜିଲ୍ଲାପାଳଙ୍କ କ୍ୟାମ୍ପସରେ ପୁଣି ଏସ୍ପିଙ୍କ ଗେଟ୍ ବାହାରେ ବି ବୁଲିଲା appeared first on Odisha Reporter.
from Odisha Reporter https://ift.tt/2UTDcYI
No comments:
Post a Comment