ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳମୁହାଁ ଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ କମିବା ନାଁ ଧରୁନି ମହାମାରୀ। ଏବେ ରାଜ୍ୟରେ ୨ ହଜାର ଟ୍ରେଣ୍ଡ ଚାଲିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ କେବଳ ୫୦୦ ପାଖାପାଖି ବାହାରୁଛନ୍ତି। ସେଥିମଧ୍ୟରୁ ଅଧିକାଂଶ ପଜିଟିଭ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି। ରାଜଧାନୀ ଭୁବନେଶ୍ୱରରେ କରୋନା କୋପ ଥମୁ ନ ଥିବାରୁ ପୁଣିଥରେ ଫେରିଲା କଣ୍ଟେନମେଣ୍ଟ । ଭୁବନେଶ୍ୱରର ଦୁଇଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଜାରି କରାଯାଇଛି ।
ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ HIG ୧୧ ରୁ ୬୧ ଯାଏଁ ଏହି କଣ୍ଟେନମେଣ୍ଟ ଜାରି କରାଯାଇଛି । ସେହିପରି ରସୁଲଗଡରେ ବି କଣ୍ଟେନମେଣ୍ଟ ଜୋନ୍ ହୋଇଛି । ରସୁଲଗଡ ଛକ ନିକଟରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ ଆପାର୍ଟମେଣ୍ଟର ବ୍ଲକ୍-ବିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ସଂପୃକ୍ତ ଅଞ୍ଚଳରେ କିଛି କୋଭିଡ ପଜିଟିଭ ବାହାରିବାରୁ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଏହି ଅଞ୍ଚଳର ଲୋକେ ବାହାରକୁ ବାହାରି ପାରିବେ ନାହିଁ କିମ୍ବା ବାହାର ଲୋକେ ସେହି ଅଞ୍ଚଳକୁ ଯାଇପାରିବେ ନାହିଁ । କଣ୍ଟେନମେଣ୍ଟ ଜୋନକୁ ଅତ୍ୟାବଶ୍ୟକ ଏବଂ ମେଡିକାଲ ସାମଗ୍ରୀ ଯୋଗାଇ ଦେବ ବିଏମ୍ସି।
ସୂଚନାଯୋଗ୍ୟ, କରୋନା କୋପ କମୁଥିବାରୁ ବିଭିନ୍ନ ସ୍ଥାନରେ କଟକଣା ନିୟମରେ କୋହଳ କରାଯାଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଅଯଥାରେ ଭିଡ଼ ଦେଖାଦେଉଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା ଆଖିଦୃଶିଆ ଭାବେ କମୁନାହିଁ। କଟକଣା କୋହଳର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି।
The post ରାଜଧାନୀକୁ ପୁଣି ଥରେ ଫେରିଲା କଣ୍ଟେନମେଣ୍ଟ ଜୋନ appeared first on Odisha Reporter.
from Odisha Reporter https://ift.tt/3kmGEpJ
No comments:
Post a Comment