ନୂଆଦିଲ୍ଲୀ: ଭାରତ ବିରୋଧରେ ପଡ଼ୋଶୀ ଦେଶ ଷଡ଼ଯନ୍ତ୍ରରେ ବ୍ୟସ୍ତ ଥିବା ବେଳେ ଦେଶର ପ୍ରତିରକ୍ଷା ବିଭାଗ ନିଜକୁ ଆଉ ଟିକିଏ ମଜବୁତ କରିଛି। ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି ଏମଏଚ-୬୦ଆର ହେଲିକପ୍ଟର ଭାରତର ନୌସେନାକୁ ହସ୍ତାନ୍ତର କରିଛି। ଏହି ହେଲିକପ୍ଟର ମଲ୍ଟି ଟାସ୍କ କାମ କରିପାରିବାର ଦକ୍ଷତା ରଖିଛି। ଭାରତ ଏହି ହେଲିକପ୍ଟର ଆମେରିକା ସରକାର ପାଖରୁ କିଣିବ ବୋଲି ଚୁକ୍ତି କରିଛି। ଏହି ହେଲିକପ୍ଟରକୁ ଲକହିଡ ମାର୍ଟିନ ନାମକ କମ୍ପାନୀ ତିଆରି କରିଛି। ମୋଟ୍ ୨୪ଟି ହେଲିକପ୍ଟର ଭାରତ ୨୦ ଅରବ ଡଲାର ଦେଇ କିଣିବ ବୋଲି ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି।
ଶୁକ୍ରବାର ଡିଏଗୋ (San Diego)ର ନାଭାଲ ଏୟାର ଷ୍ଟେସନ ନର୍ଥ ଆଇଜଲ୍ୟାଣ୍ଡରେ ଆମେରିକା ଏହି ଦୁଇ ହେଲିକପ୍ଟରକୁ ଭାରତକୁ ହସ୍ତାନ୍ତର କରିଛି। ଏହି ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂହ ସଂଘୁ ସାମିଲ୍ ହୋଇଥିଲେ। ସଂଘୁ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି। ଏହି ମଲଟି ଟାସ୍କ ଭାରତୀୟ ନୌସେନାରେ ସାମିଲ୍ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି। ମୋଟ୍ ୨୪ଟି ହେଲିକପ୍ଟର ପାଇଁ ୨୦ ଅରବ ଡଲାରର ଚୁକ୍ତି ହୋଇଛି।
Partnership Flying High! pic.twitter.com/XPiGvX8mPY
— Taranjit Singh Sandhu (@SandhuTaranjitS) July 16, 2021
ପାଣିପାଗ ଯାହା ବି ଥାଉ ନା କାହିଁକି ଏମଏଚ-୬୦ଆର ହେଲିକପ୍ଟର କାମ କରିବ। ଏହା ଆଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଛି। ଏହି ହେଲିକପ୍ଟର ଭାରତୀୟ ନୌସେନାର ତିନୋଟି ଡାଇମେନ୍ସନାଲ କ୍ଷମତାକୁ ବଢ଼ାଇବ। ଏହି ହେଲିକପ୍ଟରରେ ଅନେକ ବିଶେଷ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ରହିପାରିବ। ଏବେ ଏହି ହେଲିକପ୍ଟରକୁ ଚଳାଇବା ପାଇଁ ଭାରତର ପାଇଲଟ ମାନେ ଆମେରିକାରେ ଏହାର ପ୍ରଶିକ୍ଷଣ ନେଉଛନ୍ତି। ପର୍ଯ୍ୟାୟ କ୍ରମେ ବାକି ପାଇଲଟ ପ୍ରଶିକ୍ଷଣ ନେବେ।
ପ୍ରତିରକ୍ଷା ବିଭାଗ କହିଛି ଯେ ପାଣି ଭିତରେ ଶତ୍ରୁ ରଚିଥିବା ଷଡ଼ଯନ୍ତ୍ରକୁ ପ୍ରସ୍ତାବିତ ହେଲିକପ୍ଟର ଭେଦ କରିପାରିବ। ତେଣୁ ଏହା ନୌସେନାର ଯୁଦ୍ଧ କ୍ଷମତାକୁ ଦ୍ୱିଗୁଣିତ କରିବ। ଦେଶର ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ଭାରତ ଏହି କ୍ଷମତାକୁ ଆଗାମୀ ଦିନରେ ବ୍ୟବହାର କରିବ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଭାରତ ସରକାର ହେଲିକପ୍ଟର କିଣିବା ପ୍ରକ୍ରିୟାକୁ ଅନୁମୋଦନ ଦେଇଥିଲେ।
The post ନୌସେନାରେ ସାମିଲ୍ ହେଲା ଏମ୍ଏଚ-୬୦ଆର appeared first on Odisha Reporter.
from Odisha Reporter https://ift.tt/3hLbuXb
No comments:
Post a Comment