ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୭୭ଟି ପୁଲିସ୍ ସବ୍ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପାଇଁ ୨୬ ଜଣ କିନ୍ନର ଆବେଦନ କରିଛନ୍ତି।
୪୭୭ଟି ପୁଲିସ୍ ସବ୍ଇନ୍ସପେକ୍ଟର ପଦବୀ ପାଇଁ ମୋଟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ୯୭, ୫୦୬ ଜଣ ପୁରୁଷ ଥିବା ବେଳେ ୩୪, ୯୬୪ ଜଣ ମହିଳା ରହିଛନ୍ତି।
ଏହି ପଦବୀରେ ନିଯୁକ୍ତି ପାଇଁ ଜୁନ୍ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍ ୨୨ରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିଲା ଓ ଜୁଲାଇ ୧୫ ତାରିଖରେ ଶେଷ ହୋଇଥିଲା।
ଏହି ପଦବୀ ପାଇଁ କିନ୍ନର ମାନେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ଆଉ ୨୬ ଜଣ କିନ୍ନର ଏଥିପାଇଁ ଆବେଦନ କରିବା ବହୁତ ଗୁରୁତ୍ୱବହନ କରୁଛି ବୋଲି କୁହାଯାଉଛି।
The post ପୁଲିସ୍ ସବ୍ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କଲେ ୨୬ କିନ୍ନର appeared first on Odisha Reporter.
from Odisha Reporter https://ift.tt/3esTQWp
No comments:
Post a Comment