ରିିସେପ୍‌ସନ୍‌ରେ ଧୁମ୍ ନାଚିଲେ ଦିଶା-ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ରିିସେପ୍‌ସନ୍‌ରେ ଧୁମ୍ ନାଚିଲେ ଦିଶା-ରାହୁଲ

ମୁମ୍ବାଇ: ଧୁମ୍ ନାଚିଲେ ଦିଶା-ରାହୁଲ। ନିଜ ରିସେପ୍‌ସନ୍‌ରେ ଲଗାଇଲେ ଚାର୍‌ଚାନ୍ଦ। ଦିଶାଙ୍କ ଠୁମ୍‌କା ଓ ରାହୁଲଙ୍କ ହିପ୍‌ହମ୍ ଦେଖି ତାଜୁବ ହୋଇଗଲେ ଦର୍ଶକ। କେବଳ ସେତିକି ନୁହେଁ ରୋମାଣ୍ଟିକ୍ ଗୀତରେ ଦୁହେଁ କଲେ ବଲ୍ ଡ୍ୟାନ୍ସ।

ଗତକାଲି ହାତକୁ ଦି ହାତ ହୋଇଛନ୍ତି ବିଗ୍‌ବସ୍ ଫେମ୍ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାର। ପରିବାର ଓ ନିକଟ ସାଙ୍ଗସାଥୀ ସମ୍ପର୍କୀୟଙ୍କ ଉପସ୍ଥିତିରେ ଦିଶା ଓ ରାହୁଲଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହ ପରେ ମୁମ୍ବାଇରେ ନିଜ ସାଙ୍ଗସାଥୀଙ୍କ ପାଇଁ ଏହି ସେଲେବ୍ରିଟି କପଲ ଏକ ଭବ୍ୟ ରିସେପସନ୍‌ର ଆୟୋଜନ କରିଥିଲେ। ଏହି ରିସେପସନ୍‌ରେ ଦୁହେଁ ଜବରଦସ୍ତ ଡ୍ୟାନ୍ସ କରିଥିଲେ।

ବିବାହ ପରେ ଦିଶା ଏବଂ ରାହୁଲଙ୍କ ଏହା ପ୍ରଥମ ଡ୍ୟାନ୍ସ ଥିଲା। ଦିଶା ସିଲଭର କଲରର ଷ୍ଟାଇଲିସ୍ ଶାଢ଼ୀ ପିନ୍ଧି ଆଟ୍ରାକ୍ଟିଭ ଦେଖାଯାଉଥିବା ବେଳେ ରାହୁଲ ଧଳା ରଙ୍ଗର କୋଟ୍ ଏବଂ ବ୍ଲାକ୍ ପ୍ୟାଣ୍ଟ ପିନ୍ଧି ଡ୍ୟାସିଂ ଲାଗୁଥିଲେ।

ଦିଶା ଏବଂ ରାହୁଲଙ୍କ ରିସେପ୍‌ସନ୍‌ରେ ଅନେକ ଟିଭି ସେଲେବ୍ରିଟି ଯୋଗ ଦେଇଥିଲେ। ଅର୍ଜୁନ ବିଜଲାନୀ, ଅନୁଷ୍କା ସେନ୍‌, ଜ୍ୟାସମିନ୍ ଭସିନ୍‌, ଅଲ୍ଲି ଗୋନିଙ୍କଠାରୁ ଆରମ୍ଭ କରି ଅନେକ ସେଲେବ୍ରିଟି ସାମିଲ ହୋଇଥିଲେ।

ସୂଚନା ମୁତାବକ  ବହୁ ଦିନର ଅପେକ୍ଷା ପରେ ଦୁହେଁ ଗତକାଲି ବିବାହ କରିଛନ୍ତି। କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ମୁମ୍ବାଇରେ ଦୁହିଁଙ୍କ ବିବାହ ହୋଇଛି। ଏହି ବିବାହରେ ରାହୁଲଙ୍କ ବନ୍ଧୁମାନେ ସମାନ ଡ୍ରେସରେ ନଜର ଆସିଛନ୍ତି। ରାହୁଲ ଏବଂ ଦିଶାଙ୍କ ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by Rahul Vaidya Stan (@summer_rkv1)

 

View this post on Instagram

 

A post shared by Dishul_forever (@dishul_fam)

The post ରିିସେପ୍‌ସନ୍‌ରେ ଧୁମ୍ ନାଚିଲେ ଦିଶା-ରାହୁଲ appeared first on Odisha Reporter.



from Odisha Reporter https://ift.tt/3kqVL1c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages