ସାଇକଲରେ ସଂସଦ ପହଞ୍ଚିଲେ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 19, 2021

ସାଇକଲରେ ସଂସଦ ପହଞ୍ଚିଲେ ସାଂସଦ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ସାଂସଦମାନେ ପେଟ୍ରୋଲ, ଡିଜେଲ୍ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ତୈଳ ଦର ବୃଦ୍ଧି ବିରୋଧରେ ଟିଏମସି ସାଂସଦ ସାଇକଲ୍ ଚଲାଇ ସଂସଦ ପହଞ୍ଚିଛନ୍ତି ଏବଂ ବିରୋଧ ପ୍ରଦର୍ଶନ କରିଛନ୍ତି। ପାର୍ଟିର ରାଜ୍ୟସଭା ସାଂସଦ ନେତା ଡେରେକ୍ ଓ’ବ୍ରାଏନ୍, ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ, ଅର୍ପିତା ଘୋଷଙ୍କ ସମେତ ଆଉ କିଛି ନେତା ସାଇକଲରେ ସାଂସଦ ପହଞ୍ଚିଛନ୍ତି।

କଲ୍ୟାଣ ବାନାର୍ଜୀ କହିଛନ୍ତି, ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ବାହାରେ ଓ ଭିତରେ ସବୁ ଜାଗାରେ ପ୍ରଦର୍ଶନ ହେବ। କୃଷକ ଓ ଶ୍ରମିକମାନେ ସମସ୍ତେ ଏହାର ବିରୋଧ କରିବେ। ପେଟ୍ରୋଲ ଓ ଡିଜେଲ୍ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ସେଥିରେ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି। ସାଧାରଣ ଲୋକେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ଏବଂ ମୋଦି ସରକାରଙ୍କ ମନ୍ତ୍ରୀମାନେ ତୈଳ କମ୍ପାନୀ ଉପରେ ସବୁ ଦୋଷ ଲଦୁଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଟ୍ରୋଲିୟମ ଦ୍ରବ୍ୟର ବୃଦ୍ଧି ବିରୋଧରେ ନିଜ ଘର କାଲିଘାଟରୁ ନବାତ୍ର ପର୍ଯ୍ୟନ୍ତ ଇଲେକଟ୍ରିକ୍ ସ୍କୁଟି ଦ୍ୱାରା ଯାଇଥିଲେ। ଦର ବୃଦ୍ଧି ପ୍ରତିବାଦରେ ଟିଏମସି ଜୁଲାଇ ୧୦ ଓ ୧୧ ତାରିଖରେ ପୂରା ରାଜ୍ୟରେ ଆନ୍ଦୋଳନ କରିଥିଲା। ଟିଏମସି ଲଗାତର ଏହି ପ୍ରସଙ୍ଗକୁ ନେଇ ବିରୋଧ କରିଆସୁଛି।

ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ବିରୋଧରେ ମମତା ବାନାର୍ଜୀ ପିଏମ୍ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସାରିଛନ୍ତି ଏବଂ ପେଟ୍ରୋଲ ଓ ଡିଜେଲ୍ ପାଇଁ ନିଆଯାଇଥିବା ଟ୍ୟାକ୍ସ ହ୍ରାସ କରିବାକୁ ଦାବି କରିଥିଲେ। ପେଟ୍ରୋଲ ଓ ଡିଜେଲ୍ ଦର ପାଖାପାଖି ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚି ସାରିଛି। ମମତା ଚିଠିରେ ଲେଖିଥିଲେ, କେନ୍ଦ୍ର ସରକାର କ୍ରମାଗତ ଭାବରେ ସେସ୍ ବୃଦ୍ଧି କରୁଛନ୍ତି, ଯଦିଓ ରାଜ୍ୟକୁ ସେହି ସେସ୍ ଟଙ୍କା ମିଳୁନାହିଁ। କେନ୍ଦ୍ରରୁ କେବଳ ୪୨ ପ୍ରତିଶତ ଟଙ୍କା ରାଜ୍ୟକୁ ମିଳିଥାଏ।

The post ସାଇକଲରେ ସଂସଦ ପହଞ୍ଚିଲେ ସାଂସଦ appeared first on Odisha Reporter.



from Odisha Reporter https://ift.tt/3risrLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages