ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 9, 2021

ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବାରିପଦା (ମାନିକ୍‌ ଲାଲ୍‌ ପାଣି): ହାତୀ ପାଇଁ ଗୋଟିଏ ଘରେ ଲାଗିଗଲା ନିଆଁ। ହେଲେ ଅଳ୍ପକେ ବର୍ତ୍ତିଗଲେ ସେହି ଘରେ ରହୁଥିବା ଲୋକେ। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍‌ ଅନ୍ତର୍ଗତ ଫାଳଝରି ଗାଁରେ।

ଗତକାଲି ରାତିରେ ଗୋଟିଏ ହାତୀ ଗାଁର ସୁରେଶ ମୁର୍ମୁଙ୍କ ଚାଳ ଘରୁ ନଡ଼ା ସବୁ ଟାଣି ତଳେ ପକାଉଥିଲା। ଏହି ସମୟରେ କିଛି ନଡ଼ା ଘର ସମ୍ମୁଖରେ ଥିବା ଅଧା ଲିଭିଥିବା ଚୁଲିରେ ପଡ଼ିଯାଇଥିଲା। ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ସେହି ନିଆଁ କ୍ରମଶଃ ଘରେ ବି ଲାଗି ଯାଇଥିଲା।

ଘରେ ନିଆଁ ଲାଗି ଯାଇଥିବା ଦେଖି ପରିବାରର ୪ ଜଣ ସଦସ୍ୟ କବାଟ ଖୋଲି ବାହାରିବାକୁ ଚେଷ୍ଟା କରିଥିଲେ। ହେଲେ କବାଟ ସମ୍ମୁଖରେ ହାତୀ ଛିଡ଼ା ହୋଇଥିଲା। ଶେଷରେ ସେମାନେ ଘର ପଛ ପଟକୁ ଥିବା ଝରକା ତାଡ଼ି ବାହାରକୁ ଆସିଥିଲେ ଓ ନିଜ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ।

ହାତୀ ଯୋଗୁଁ ସୁରେଶ ମୁର୍ମୁଙ୍କ ଦୁଇ ବଖରା ଘର ଏବଂ ଆସବାପତ୍ର ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି। ବନ ବିଭାଗ କର୍ମଚାରୀ ମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ବେତନଟୀ ରେଞ୍ଜର ବିଭିନ୍ନ ଗାଁରେ ହାତୀ ଉପଦ୍ରବ ଲାଗିରହିଛି।

The post ହାତୀ ପାଇଁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ appeared first on Odisha Reporter.



from Odisha Reporter https://ift.tt/3hpLpNl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages