ନାଗପୁର: ରବିବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଲିକ୍ୟୁଫାଏଡ ନାଚୁରାଲ ଗ୍ୟାସ (ଏଲଏନଜି)ର ଉଦଘାଟନ କରିଛନ୍ତି। ନାଗପୁରରେ ଦେଶର ପ୍ରଥମ ବ୍ୟବସାୟିକ ପ୍ରାକୃତିକ ଗ୍ୟାସ ଷ୍ଟେସନ ଉଦଘାଟନ କରିଛନ୍ତି ଗଡ଼କରୀ। ଦେଶର ବର୍ଦ୍ଧିତ ତେଲ ଦର ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ଏହାଦ୍ୱାରା ଅସନ୍ତୋଷ ତେଜୁଛି ବୋଲି ଶାସକ ଦଳର ଏହି ଟପ୍ ନେତା କହିଛନ୍ତି।
ଆଗାମୀ ଦିନରେ ତେଲ ଦରକୁ କମ୍ କରିବାକୁ ହେଲେ ଏଲଏନଜି, ସିଏନଜି କିମ୍ୱା ଇଥାନୋଲ ବ୍ୟବହାର କରିବା ଦରକାର ବୋଲି ସେ କହିଛନ୍ତି। ଯଦି ଇଥାନଲ ଗାଡିର ଇଞ୍ଜିନରେ ବ୍ୟବହାର ହେବ ତାହେଲେ ତେଲ ଦର ଲିଟର ପିଛା ୨୦ ଟଙ୍କା ହ୍ରାସ ପାଇପାରିବ ବୋଲି ଗଡକରୀ କହିଛନ୍ତି। ଏବେ ତାଙ୍କ ମନ୍ତ୍ରାଳୟ ଫ୍ଲେକ୍ସ-ଫୁଏଲ ଇଞ୍ଜିନ ବାବଦରେ ଘୋଷଣା କରିବ ବୋଲି ସେ କହିଛନ୍ତି। ଏହା ଏକ ହାଇବ୍ରାଡି ଇଞ୍ଜିନ। ଯେଉଁଥିରେ ବିଭିନ୍ନ ପ୍ରକାର ଅଟୋମୋବାଇଲ ତେଲ ପଡ଼ିଲେ ଚାଲିପାରିବ। ନହେଲେ ପେଟ୍ରୋଲ ଡିଜେଲ ସହିତ ଇଥାନଲ ମିଶିଲେ ମଧ୍ୟ ଏହି ଇଞ୍ଜିନ ଚାଲିପାରିବ।
ଅଶୋଧିତ ତେଲ ଦର ବଢ଼ି ବଢ଼ି ଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ଭାରତ ହାତରେ ନାହିଁ। ଏଭଳି ସ୍ଥିତିରେ ଅଶୋଧିତ ତେଲର ଚାହିଦାକୁ କମ୍ କରିବାକୁ ହେଲେ ଇଥାନଲ, ମିଥାନଲ ଏବଂ ବାୟୋ-ସିଏନଜିର ଚାହିଦା ବୃଦ୍ଧି ପାଇବା ଦରକାର ବୋଲି ଗଡ଼କରୀ କହିଛନ୍ତି। ଯଦି ପେଟ୍ରୋଲ ଦର ଲିଟର ପିଛା ୧୧୦ ଟଙ୍କା ରହିବ ତାହେଲେ ଇଥାନୋଲ ଲିଟର ପିଛା ୬୦ ଟଙ୍କା ରହିବ।
ଆଗାମୀ ତିନି ମାସ ମଧ୍ୟରେ ଫ୍ଲେକ୍ସ ଇଞ୍ଜିନ୍ ତିଆରି ଉପରେ ଗୁରୁତ୍ୱ ଦେବାକୁ ଅଟୋମୋବାଇଲ କମ୍ପାନୀ ମାନଙ୍କୁ କୁହାଯିବ ବୋଲି ଗଡ଼କରୀ କହିଛନ୍ତି। ମୁଖ୍ୟତଃ ଚାରି ଚକିଆ ଏବଂ ଦୁଇ ଚକିଆ ଯାନ ଉପରେ ଗୁରୁତ୍ୱ ଦେବାକୁ କୁହାଯିବ ବୋଲି ସେ କହିଛନ୍ତି। ଏବେ ଆମେରିକା, କାନାଡା ଏବଂ ବ୍ରାଜିଲ ପରି ଅନେକ ଦେଶରେ ଫ୍ଲେକ୍ସ ଇଞ୍ଜିନ ବ୍ୟବହାର ହେଉଥିବା ସେ କହିଛନ୍ତି। ଆମ ଦେଶର ଅର୍ଥନୀତିରେ ପେଟ୍ରୋଲ, ଡିଜେଲ ଏବଂ ପେଟ୍ରୋଲିୟମ ଉତ୍ପାଦ ଆମଦାନୀ ପାଇଁ 8 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛୁ ଯାହାକି ବଡ଼ ଚ୍ୟାଲେଞ୍ଜ ଏବେ ବାୟୋ ଫୁଏଲ ଉପରେ ଗୁରୁତ୍ୱ ଦେଇ ଆମଦାନୀ ହ୍ରାସ କରିବା ଦରକାର ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ଏକ ନୀତି ପ୍ରସ୍ତୁତ କରିଛି ଯାହାକି ସ୍ୱଦେଶୀ ଇଥାନଲ, ବାୟୋ ସିଏନଜି, ଏଲଏନଜି ଏବଂ ହାଇଡ୍ରୋଜେନ ଇନ୍ଧନକୁ ଆମଦାନୀ ବିକାଶକୁ ପ୍ରୋତ୍ସାହିତ କରିବ।
The post ବର୍ଦ୍ଧିତ ତେଲ ଦର ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ାଉଛି: ଗଡ଼କରୀ appeared first on Odisha Reporter.
from Odisha Reporter https://ift.tt/3k9giHK
No comments:
Post a Comment