ବଜ୍ରପାତରେ ୭୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 12, 2021

ବଜ୍ରପାତରେ ୭୦ ମୃତ

ନୂଆଦିଲ୍ଲୀ: ଉତ୍ତର ଭାରତର ତିନା ରାଜ୍ୟରେ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ ସାଙ୍ଗକୁ ବଜ୍ରପାତ ହୋଇଛି। ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ଆଖି ବୁଜିଛନ୍ତି। ଏହା ବ୍ୟତୀତ ୨୨ ଜଣ ଲୋକ ମଧ୍ୟ ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅକସ୍ମାତ୍ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଯୋଗୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜ୍ୟର କାନପୁର, ପ୍ରତାପଗଡ, ଆଗ୍ରା, ବାରଣାସୀ ଏବଂ ରାଏବରେଲିରେ ମଧ୍ୟ ବଜ୍ରପାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଏଥିସହିତ ରାଜସ୍ଥାନର ଅନେକ ସ୍ଥାନରେ ବଜ୍ରପାତରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଅଧିକାଂଶ ମୃତ୍ୟୁ ରାଜଧାନୀ ଜୟପୁରରେ ଘଟିଛି। ଜୟପୁରରେ ୧୬ ଜଣ, ଘୋଲପୁରରେ ୩, କୋଟାରେଏବଂ ଝାଲାୱାଡା ଏବଂ ବାରାଂରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି। ଜୟପୁରର ଆମେର ପାଲେସ ସମ୍ମୁଖରେ ଥିବା ୱାଚ ଟାୱାରରେ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ସେଲଫି ନେଉଥିବା ଏହି ୧୧ ଜଣ ବଜ୍ରପାତର ଶିକାର ହୋଇଥିବା ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ସମବେଦନା ଜଣାଇଛନ୍ତି। ପିଏମଓ ଟ୍ୱିଟ୍ କରି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରଯିବ ବୋଲି କୁହାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତକଙ୍କୁଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯିବ ବୋଲି ସେ ଘୋଷଣା କରିଛନ୍ତି। ସେହିପରି ମଧ୍ୟପ୍ରଦେଶରେ ବଜ୍ରପାତରେଜଣଙ୍କର ମୃତ୍ୟୁ ଘଟିଛି।

The post ବଜ୍ରପାତରେ ୭୦ ମୃତ appeared first on Odisha Reporter.



from Odisha Reporter https://ift.tt/2Vs54DD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages