ମୁମ୍ବାଇ: ଏବେ ‘ଇଣ୍ଡିଆନ୍ ଆଇଡଲ’ର ସ୍ଥାନ ନେବେ ‘ଦ କପିଲ ଶର୍ମା’। ଏଥିର ଆଉ ଦର୍ଶକେ ଗୀତ ନୁହେଁ ହସିବାର ମଜା ଉଠାଇବେ। ଇଣ୍ଡିଆନ୍ ଆଇଡଲ-୧୨କୁ ରିପ୍ଲେସ କରିବ ‘ଦ କପିଲ ଶର୍ମା ଶୋ’। ଏହି ଶୋ’ ଜରିଆରେ ପୁଣି ଥରେ ଟିଭି ପରଦାକୁ ଫେରିବେ କମେଡି କିଙ୍ଗ କପିଲ।
ରିପୋର୍ଟ ମୁତାବକ, ଦ କପିଲ ଶର୍ମା ଶୋ’ ଅଗଷ୍ଟ ମାସରେ ଅନ୍ଏୟାର ହେବ। ତେବେ କେଉଁ ଦିନ ପରଦାକୁ ଆସିବ ସେ ନେଇ କୌଣସି ତାରିଖ ସ୍ପଷ୍ଟ ହୋଇନାହିଁ। କପିଲଙ୍କ ଶୋ’ ଇଣ୍ଡିଆନ୍ ଆଇଡଲର ସ୍ଲଟକୁ ଟେକ୍ଓଭର କରିବ।
ଆସନ୍ତା ଅଗଷ୍ଟ ୧୫ରେ ଇଣ୍ଡିଆନ୍ ଆଇଡଲ-୧୨ର ଗ୍ରାଣ୍ଡ ଫିନାଲେ ଟେଲିକାଷ୍ଟ ହେବ। ଏହାପରେ କପିଶ ଶର୍ମା ଶୋ’ ଅନ୍ଏୟାର ହେବ ବୋଲି ଶୁଣିବାକୁ ମିଳିଛି।
ଏଥର କପିଲଙ୍କ ଶୋ’ରେ ପୂର୍ବ ଅପେକ୍ଷା ଅଧିକ ମଜା ଏବଂ ଧମାଲ ଦେଖିବାକୁ ମିଳିବ। ଏହି ଶୋ’ର ଅତିଥି ଭାବେ ଅର୍ଚ୍ଚନା ପୁରନ୍ ସିଂ ଯୋଗଦେବେ। ଏହି ଶୋ’ରେ ଭାରତୀ ସିଂ, କୃଷ୍ଣା ଅଭିଷେକ, ସୁଦେଶ, ଚନ୍ଦନ ପ୍ରଭାକର, କିକୁ ଶାରଦା ପୂର୍ବଭଳି ନଜର ଆସିବେ।
ନିକଟରେ ‘ଦ କପିଲ ଶର୍ମା’ ଶୋ’ର ପ୍ରମୋ ରିଲିଜ ହୋଇଥିଲା। ତେବେ ପ୍ରମୋରୁ ଭୁରି ଓରଫ୍ ସୁମୋନା ଚକ୍ରବର୍ତ୍ତୀ ଗାୟବ ଥିଲେ। ସେ କୁଆଡେ ଏହି ଶୋ’ରୁ ଆଉଟ୍ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହି ପ୍ରମୋ ରିଲିଜ ହେବା ପରେ ପ୍ରଶଂସକଙ୍କ ଉତ୍ସାହକୁ ବଢ଼ାଇ ଦେଇଛି।
View this post on Instagram
The post ‘ଇଣ୍ଡିଆନ୍ ଆଇଡ୍ଲ’ର ସ୍ଥାନ ନେବ ‘ଦ କପିଲ ଶର୍ମା’ appeared first on Odisha Reporter.
from Odisha Reporter https://ift.tt/3BLpgkI
No comments:
Post a Comment