ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ଟ୍ୱିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ: ରବିବାର ହିମାଚଳ ପ୍ରଦେଶରେ ପାହାଡ ଅତଡା ଧସି ବ୍ରିଜ ଉପରେ ପଡିବା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏହି ମୃତକଙ୍କ ମଧ୍ୟରେ ଥିଲେ ଜଣେ ଡାକ୍ତର। ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଏହି ଡାକ୍ତର ଜଣକ ଏକ ଟ୍ୱିଟ୍ କରିଥିଲେ। ଏହା ଏବେ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିିଛି।

ଡାକ୍ତର ଦୀପା ଶର୍ମା। ସେ ରାଜସ୍ଥାନ ଜୟପୁରରେ ଆୟୁର୍ବେଦ ଡାକ୍ତର ଥିଲେ। ୯ ଜଣ ପର୍ଯ୍ୟଟକଙ୍କ ସହ ମିଶି ସିମଲା ବୁଲିବାକୁ ଯାଇଥିଲେ ଦୀପା। ତେବେ ତାଙ୍କର ଏହି ସିମ୍‌ଲା ଯାତ୍ରା ଶେଷଯାତ୍ରା ପାଲଟିଗଲା। ହଠାତ୍ ପାହାଡ ଉପରୁ ପଥର ଖସି ତାଙ୍କ ଗାଡି ଉପରେ ପଡିଥିଲା। ଏଥିରେ ଦୀପଙ୍କ ସମେତ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଏହି ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଦୀପା ବେଶ୍ ଖୁସିଥିଲେ। ଏବଂ ଟ୍ୱିଟର୍‌ରେ ସେ ନିଜର ଶେଷ ଟ୍ୱିଟ୍ କରିଥିଲେ।

ସେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସିମ୍‌ଲା ବୁଲିବାର ଏକ ଫଟୋ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, ‘ଆମେ ଭାରତର ସେହି ଶେଷ ସ୍ଥାନରେ ଛିଡ଼ା ହୋଇଛୁ, ଯେଉଁଠିକୁ ସାଧାରଣ ନାଗରିକ ଯିବାର ସ୍ୱାଧୀନତା ଅଛି।’

ଦୀପାଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ପରେ ଅନେକ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁଜର୍ସମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏପରିକି ହାସ୍ୟ କବି କୁମାର ବିଶ୍ୱାସ ମଧ୍ୟ ଟ୍ୱିଟ୍ କରି ଏହି ଦୁର୍ଘଟଣାରେ ଦୀପାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

The post ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଡାକ୍ତରଙ୍କ ଟ୍ୱିଟ୍‌ appeared first on Odisha Reporter.



from Odisha Reporter https://ift.tt/3iRfDID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages