ୱାର୍କ ଫ୍ରମ୍‌ ମଣ୍ଡପ, ବର ହାତରେ ଲାପଟପ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

ୱାର୍କ ଫ୍ରମ୍‌ ମଣ୍ଡପ, ବର ହାତରେ ଲାପଟପ…

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଆରମ୍ଭ ହୋଇଥିବା ୱାର୍କ ଫ୍ରମ୍‌ ହୋମ୍‌ ଟ୍ରେଣ୍ଡ ଦିନକୁ ଦିନୁ ଅସହ୍ୟ ହେଲାଣି। ପ୍ରଥମେ ପ୍ରଥମେ ଏହା ଖୁବ୍‌ ମଜାଦାର ହେବ ବୋଲି ଲୋକେ ଭାବୁଥିବା ବେଳେ ଏବେ କିନ୍ତୁ ଫଳ ଓଲଟା ମିଳୁଛି। ଏପରିକି ନିଜ ଟାର୍ଗେଟ କାମ ସାରିବାକୁ ଲୋକେ ଦିନରୁ ରାତି ଯାଏ କମ୍ପ୍ୟୁଟର ତଥା ଲାପଟପ ଆଗରେ ବସୁଛନ୍ତି।

ଏବେ ଏପରି ଏକ ଭିଡିଓ ଆସିଛି, ଯେଉଁଠି ହାତ ଗଣ୍ଡି ପଡ଼ିବା ପୂର୍ବରୁ ମଣ୍ଡପରେ ବର ଲାପଟପ ଧରି ବସିଥିବା ଦେଖିବାକୁ ମିଳୁଛି। ବ୍ରାହ୍ଣଣ ମନ୍ତ୍ର ଉଚ୍ଚାରଣରେ ବ୍ୟସ୍ତ ଥିବା ବେଳେ ବର ବି ନିଜ ଲାପଟପ୍‌ରେ ବ୍ୟସ୍ତା। ମଣ୍ଡପରୁ କିଛି ଦୂରରେ ବସିଥିବା କନିଆ ମଧ୍ୟ ଏହାକୁ ଦେଖି ନିଜ ହସ ରୋକି ପାରୁ ନ ଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏପରି ବିରଳ ଦୃଶ୍ୟ ଏକ ମରାଠି ବିବାହରେ ଦେଖିବାକୁ ମିଳିଥିବା ବେଳେ ଜୟ-ରାଜ ବିଜୟସିଂ ଦେଶମୁଖ ନାମକ ଫଟୋଗ୍ରାଫର ଏହାକୁ ଚଳିତ ମାସ ଆରମ୍ଭରେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଥିଲେ। ଏହାକୁ ଏପର୍ଯ୍ୟନ୍ତ ୧.୬ ମିଲିଅନ ଲୋକ ଦେଖି ସାରିଥିବା ବେଳେ କମେଣ୍ଟ ମଧ୍ୟ ପ୍ରବଳ ଆସୁଛି।

ମଣ୍ଡପରେ ଲାପଟପ୍‌ ସହ ବର ବ୍ୟସ୍ତ ଥିବା ବେଳେ ହସି ହସି ବେଦମ କନିଆ।

ହାତଗଣ୍ଠି ପଡ଼ିବା ପୂର୍ବରୁ ନିଜ ଭାବି ପତିଙ୍କ ଏପରି ଲାପଟପ ପ୍ରେମ ଦେଖି କନିଆ ମଧ୍ୟ ହସି ହସି ନାକେଦମ।  ଆପଣଙ୍କ ବସ୍‌ ଆପଣଙ୍କ ଛୁଟି ଆବେଦନକୁ ନାମଞ୍ଜୁର କରିଦେଲେକି ବୋଲି ଜଣେ ୟୁଜର କମେଣ୍ଟ କରିଛନ୍ତି।

ଆଉ କିଛି ୟୁଜର୍ସ କମେଣ୍ଟ କରିଛନ୍ତି କି, ହୁଏତ ବରଜଣକ ଦୂରରେ ଥିବା ନିଜ ପରିବାର ଲୋକ ତଥା  ବନ୍ଧୁବାନ୍ଧବଙ୍କୁ ଭିଡିଓ କଲ୍‌ ଜରିଆରେ ନିଜ ବିବାହରେ ସାମିଲ କରିବାକୁ ଏପରି କରୁଛନ୍ତି।

ଗତ ଫେବୃଆରୀରେ ଏପରି ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଚତୁର୍ଥୀ ରାତିରେ ନବ ବିବାହିତା କନିଆଜଣକ ସ୍ୱାମୀଙ୍କ ଅପେକ୍ଷାରେ ବସିଥିବା ବେଳେ ସ୍ୱାମୀ କିନ୍ତୁ ଉକ୍ତ ରୁମ୍‌ରେ ଲାପଟପ୍‌ରେ ନିଜ କାମରେ ବ୍ୟସ୍ତ ଥିଲେ। ସୋଶାଲ ମିଡିଆରେ ଏହା ଖୁବ୍‌ ଟ୍ରେଣ୍ଡ କରିଥିବା ବେଳେ ଏହାକୁ ବହୁ ଲୋକ ଦେଖିଥିଲେ ଓ କମେଣ୍ଟ ବି କରିଥିଲେ।

The post ୱାର୍କ ଫ୍ରମ୍‌ ମଣ୍ଡପ, ବର ହାତରେ ଲାପଟପ… appeared first on Odisha Reporter.



from Odisha Reporter https://ift.tt/3zxSjq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages