‘ରାଜ୍‌ଙ୍କ କାମ ବିଷୟରେ ୧୨୦% ଜାଣିଥିବେ ଶିଳ୍ପା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 25, 2021

‘ରାଜ୍‌ଙ୍କ କାମ ବିଷୟରେ ୧୨୦% ଜାଣିଥିବେ ଶିଳ୍ପା’

ମୁମ୍ବାଇ: “ଆଜିକାଲି ସ୍ୱାମୀଙ୍କ ଟିକିନିଖି ଖବର ସ୍ତ୍ରୀମାନଙ୍କ ପାଖରେ ରହୁଛନ୍ତି। ସେମାନେ କ’ଣ କରୁଛନ୍ତି, କୁଆଡ଼େ ଯାଉଛନ୍ତି ସବୁ ମିନିଟ୍‌ର ହିସାବ ରଖୁଛନ୍ତି ପତ୍ନୀ।  ତେଣୁ ଶିଳ୍ପା ସେଟ୍ଟି ବି ଜଣେ ଆଧୁନିକ ମହିଳା ଭାବେ ନିଜ ସ୍ୱାମୀ କ’ଣ କରୁଛନ୍ତି , ସେ ସମ୍ପର୍କରେ ୧୨୦ ପ୍ରତିଶତ ଜାଣିଥିବା ଦରକାର।”

“ଅଶ୍ଳୀଳ ଫିଲ୍ମ ତିଆରି ଅଭିଯୋଗରେ ରାଜ୍‌ କୁନ୍ଦ୍ରା ଏବେ ଜେଲ୍‌ରେ ଥିବା ବେଳେ ପତ୍ନୀ ହିସାବରେ ଶିଳ୍ପା ତଦନ୍ତରେ ସହଯୋଗ କରିବା ଦରକାର। ରାଜ୍‌ଙ୍କ ପତ୍ନୀ ହେବା ଯୋଗୁ ଶିଳ୍ପା ମୁହଁ ଖୋଲିବା ଉଚିତ।  ଯଦି ସାହସ ଅଛି ତା’ ହେଲେ  ସେ ସତ କହିବା ଦରକାର। ଏହା   ତାଙ୍କ ସ୍ୱାମୀଙ୍କ ବିରୋଧରେ ବି ଯାଇପାରେ। କିନ୍ତୁ ଏହାଦ୍ୱାରା ବହୁ ବଡ଼ ବଡ଼ ଲୋକଙ୍କ ମୁଖା ବି ଖୋଲିପାରେ।  କାରଣ ଶିଳ୍ପା ସତ କହିଲେ ବଲିଉଡ଼ ଇଣ୍ଡଷ୍ଟ୍ରିକୁ ଏକ ବଡ଼ ଝଟକା ଲାଗିପାରେ। ”

ସବୁବେଳେ ରୋକଠୋକ ଭାବେ ବିଭିନ୍ନ ଇସ୍ୟୁରେ ନିଜ ମତ ରଖୁଥିବା ଅଭିନେତା ମୁକେଶ ଖନ୍ନା ରାଜ୍‌ କୁନ୍ଦ୍ରାଙ୍କ ମାମଲାରେ ବି ନିଜ ମତ ରଖିଛନ୍ତି। ଏଥର କିନ୍ତୁ ସେ ଶିଳ୍ପା ସେଟ୍ଟିଙ୍କୁ ଟାର୍ଗେଟ କରିଛନ୍ତି। ଶିଳ୍ପାଙ୍କୁ ନିହାତି ଭାବେ ସବୁ କଥା ଜଣାଥିବ। ତେଣୁ ଏପରି ସମୟରେ ସେ ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବା ଦରକାର ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସ୍ୱାମୀ ରାଜଙ୍କ ପାଇଁ ଘରୁ ବାହାରି ପାରୁ ନାହାନ୍ତି ଶିଳ୍ପା। ସବୁବେଳେ ଲାଇମ୍‌ଲାଇଟ୍‌ରେ ରହୁଥିବା ଶିଳ୍ପା ଆଉ ପଦାକୁ ବାହାରୁ ନ ଥିବା ବେଳେ ଡ୍ୟାନ୍ସ ରିୟାଲିଟି ଶୋକୁ ଯିବା ବନ୍ଦ କରିଦେଇଛନ୍ତି।

ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚର କଡ଼ା ପ୍ରଶ୍ନର ସମ୍ମୁଖୀନ ହୋଇ ସାରିଲେଣି  ଶିଳ୍ପା ।  ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କୁ ସାମ୍ନାରେ ବସାଇ ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ଶିଳ୍ପଙ୍କୁ  ୬ ଘଣ୍ଟା ଧରି ଗୁଡେଇ ତୁଡେଇ ଜେରା କରି ସାରିଲାଣି କ୍ରାଇମବ୍ରାଞ୍ଚ।

ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ୍‌ କୁନ୍ଦ୍ରାଙ୍କୁ କୋର୍ଟ ୨୭ ଜୁଲାଇ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାଜ୍‌ କୁନ୍ଦ୍ରା ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପରେ ୧୯ ଜୁଲାଇରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲା ରୁଜୁ ହେବା ପରେ ଗୁଗଲ ଓ ଆପଲ୍‌ ପ୍ଲେ ଷ୍ଟୋରରୁ ରାଜଙ୍କ ଅଶ୍ଳୀଳ ଆପକୁ ଡିଲିଟ୍ କରି ଦିଆଯାଇଥିବା ଜଣାଯାଇଛି।

The post ‘ରାଜ୍‌ଙ୍କ କାମ ବିଷୟରେ ୧୨୦% ଜାଣିଥିବେ ଶିଳ୍ପା’ appeared first on Odisha Reporter.



from Odisha Reporter https://ift.tt/3iKLXg5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages