ଟିକା ଚୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ରାଜିଲ ସହିତ ଚୁକ୍ତି ରଦ୍ଦ କଲା ଭାରତ ବାୟୋଟେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ଟିକା ଚୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ରାଜିଲ ସହିତ ଚୁକ୍ତି ରଦ୍ଦ କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ଟିକା କିଣିବ ବୋଲି ବ୍ରାଜିଲ ସରକାର ସହିତ ହୋଇଥିବା ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବ୍ରାଜିଲ ସରକାର ଏବେ ଏହି ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଦୁର୍ନୀତିର ଅଭିଯୋଗ ଆସିଥିବାରୁ ହାଇଦ୍ରାବାଦର ଏହି ଟିକା କମ୍ପାନୀ ବ୍ରାଜିଲ ସହିତ ଚୁକ୍ତି ବାତିଲ୍ କରିଛି।

ବ୍ରାଜିଲର Precisa Medicamentos ଏବଂ Envixia Pharmaceuticals ସହିତ କୋଭାକ୍ସିନ କାରବାର କରିବାର ଥିଲା। Precisa Medicamentos ହେଉଛି ବ୍ରାଜିଲର ଏକ ଫାର୍ମା କମ୍ପାନୀ। ଭାରତ ବାୟୋଟେକର ସହଯୋଗରେ ଏହି କମ୍ପାନୀ ବ୍ରାଜିଲରେ ଟିକାକରଣ ବାବଦରେ ସରକାରଙ୍କୁ ସହଯୋଗ କରୁଥିଲା। ଭାରତ ବାୟୋଟେକ ଶୁକ୍ରବାର କହିଛି ଯେ ଅନିୟମିତତା ଅଭିଯୋଗ ଆସିବା ପରେ ଆମେ ଚୁକ୍ତି ପ୍ରକ୍ରିୟାକୁ ରଦ୍ଦ କରିଦେଇଛୁ।

ଭାରତ ବାୟୋଟେକ ଏବଂ ବ୍ରାଜିଲ ସହିତ ଟିକା ନେଇ ଚୁକ୍ତି ହେବା ପରେ ବ୍ରାଜିଲକୁ କୋଭାକ୍ସିନ ଟିକା ଯାଇ ପାରିନଥିଲା। କାରଣ ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ମନିଟରିଂ ଏଜେନ୍ସି (ANVISA) ଏହି ଟିକା ପାଇଁ ଆମଦାନୀ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା।

ଭାରତ ବାୟୋଟେକ ପାଖରୁ ୨ କେଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ ବ୍ରାଜିଲ ସରକାର। ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତି ହୋଇଥିଲା। କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି। ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା।

ଭାରତ ବାୟୋଟେକ ପାଖରୁ ୨ କେଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ ବ୍ରାଜିଲ ସରକାର। ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତି ହୋଇଥିଲା। କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି। ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା।

ତେବେ ବ୍ରାଜିଲ ସରକାର କୋଭାକ୍ସିନ ଟିକାକୁ ଅଧିକ ଦାମରେ କିଣୁଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲ୍ସୋନାରେଙ୍କୁ ଦାୟୀ କରାଯାଇଛି। ବ୍ରାଜିଲର ଜଣେ ସିନେଟର (ସାଂସଦ) ଜାୟର ବୋଲ୍ସୋନରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିବା ପରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

The post ଟିକା ଚୁକ୍ତିରେ ଅନିୟମିତତା ଅଭିଯୋଗ, ବ୍ରାଜିଲ ସହିତ ଚୁକ୍ତି ରଦ୍ଦ କଲା ଭାରତ ବାୟୋଟେକ appeared first on Odisha Reporter.



from Odisha Reporter https://ift.tt/3zvbUaq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages