ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ପୁରୁଷ ହକି ଟିମ୍। ଗ୍ରୁପ୍‌ ‘ଏ’ରେ ଥିବା ଭାରତୀୟ ଟିମ୍ ତା’ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଦଳ ୩-୨ ଗୋଲ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି।

ଭାରତ ପକ୍ଷରୁ ହରମନପ୍ରୀତ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ରୂପିନ୍ଦର ପଲ୍ ଗୋଟିଏ ଗୋଲ୍ ଦେଇଥିଲେ।

ସେହିପରି ଅନ୍ୟ ଏକ ମ୍ୟାଚ୍‌ରେ ଟୋକିଓ ଅଲିମ୍ପିକ୍ସ ଆୟୋଜକ ଜାପାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ।

ଅନ୍ୟପକ୍ଷରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟ କ୍ୱାର୍ଟରରେ ପ୍ରବେଶ କରିଛନ୍ତି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ। ସେମାନେ ଚାଇନିଜ ତାଇପେଇ ଯୋଡ଼ି ଚି-ଚୁନ୍ ତାଙ୍ଗ ଓ ଚିଆ-ଏନ୍‌ ଯୋଡ଼ିଙ୍କୁ ୫-୩ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ପ୍ରଥମ ଥର ପାଇଁ ଟୋକିଓ ଅଲିମ୍ପିକ୍ସରେ ଆର୍ଚେରୀ ମିକ୍ସଡ୍‌ ଟିମ୍ ଇଭେଣ୍ଟକୁ ସାମିଲ କରାଯାଇଛି ଓ ଭାରତ ପକ୍ଷରୁ ଦୀପିକା ଓ ପ୍ରବୀଣ ପ୍ରଥମ ଯୋଡ଼ି ଭାବେ ଏଥିରେ ଭାଗ ନେଇଛନ୍ତି। ସେହିପରି ପ୍ରଥମ ଥର ପାଇଁ ଦୀପିକା ଓ ପ୍ରବୀଣ ଏକାଠି ଖେଳୁଛନ୍ତି।

ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଚୀନର ଶୁଟର ୟାଙ୍ଗ କିଆନ୍‌। ସେ ଶନିବାର ମହିଳା ୧୦ ମିଟର ଏୟାର ରାଇଫଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

The post ଟୋକିଓ ଅଲିମ୍ପିକ୍ସ: ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଟିମ୍ appeared first on Odisha Reporter.



from Odisha Reporter https://ift.tt/3eQm9hk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages