ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୮୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୭୮୨ଟି ହେଉଛି ଲୋକାଲ୍ କେସ୍। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୬ ଜଣ ଥିବା ବେଳେ କଟକରୁ ୨୨୧, ବାଲେଶ୍ୱରରୁ ୧୧୪, ଯାଜପୁରରୁ ୧୦୭ ଓ ଷ୍ଟେଟ୍ ପୁଲ୍ରୁ ୧୦୦ ଜଣ ଅଛନ୍ତି। ଅନୁଗୋଳ ଜିଲ୍ଲାରୁ ୬୯ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୪, ଭଦ୍ରକରୁ ୬୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୩, ଦେବଗଡ଼ରୁ ୬, ଢେଙ୍କାନାଳରୁ ୮୪, ଗଜପତିରୁ ୩, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୪୪, କୋରାପୁଟରୁ ୭, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୫୭, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୬୬, ନୂଆପଡ଼ାରୁ ୯, ପୁରୀରୁ ୫୯, ରାୟଗଡ଼ାରୁ ୨୪, ସମ୍ବଲପୁରରୁ ୩୪, ସୋନପୁରରୁ ୬ ଓ ସୁନ୍ଦରଗଡ଼ରୁ ୫୬ ଜଣ ଚିହ୍ନଟ ହୋଇଛନ୍ତି।
୧୮୬୪ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୫ ହଜାର ୭୧୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୧ ହଜାର ୨୦୪ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୧୯ ହଜାର ୧୩ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ ଯେଉଁ ୬୮ ମୃତକଙ୍କ ସଂପର୍କରେ ସୂଚନା ଦିଆଯାଇଛି, ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦ ଜଣ ଥିବା ବେଳେ ପୁରୀରୁ ୧୧, ଅନୁଗୋଳରୁ ୮ , ମୟୂରଭଞ୍ଜରୁ ୭ ଓ କେନ୍ଦୁଝରରୁ ୬ ଜଣ ଅଛନ୍ତି। ସେହିପରି ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
ଏଥିସହ ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୩୩ରେ ପହଞ୍ଚିଥିବା ବେଳେ ଅନୁଗୋଳ ଜିଲ୍ଲାରେ ୨୧୯, ଗଞ୍ଜାମରେ ୪୨୫ , ଜଗତସିଂହପୁରରେ ୮୮ , କନ୍ଧମାଳରେ ୬୬ , କେନ୍ଦୁଝରରେ ୧୦୬, ମାଲକାନଗିରିରେ ୪୩, ମୟୂରଭଞ୍ଜରେ ୨୦୦ , ନୂଆପଡ଼ାରେ ୭୬ , ପୁରୀରେ ୩୨୮ ଓ ସୁନ୍ଦରଗଡ଼ରେ ୪୬୩କୁ ବୃଦ୍ଧି ପାଇଛି।
The post ୧୮୬୪ କରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି appeared first on Odisha Reporter.
from Odisha Reporter https://ift.tt/3BDR627
No comments:
Post a Comment