ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ନିଲମ୍ୱିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 23, 2021

ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ନିଲମ୍ୱିତ

ନୂଆଦିଲ୍ଲୀ: ଚଳିତ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନ ଗୁଡ଼ିକରୁ ନିଲମ୍ୱିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ୍। ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପେଗାସସ ପ୍ରସଙ୍ଗରେ ରାଜ୍ୟସଭାରେ ବିବୃତ୍ତି ରଖିଥିଲେ। ଏହି ସମୟରେ ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଆଣି ଗୃହରେ ଚିରି ଫୋପାଡ଼ି ଦେଇଥିଲେ ଶାନ୍ତନୁ ସେନ୍‌। ଏହା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ଶାନ୍ତନୁଙ୍କ ନିଲମ୍ୱନକୁ ରାଜ୍ୟସଭାରେ ବିରୋଧ କରିଛି ଟିଏମସି।

ଆଜି ରାଜ୍ୟସଭା ଆରମ୍ଭ ହେବା ମାତ୍ରେ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା ବାବଦରେ କହିଥିଲେ। ସେ କହିଥିଲେ, ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ। ଗୃହରେ କାଗଜ ଚିରି ଫିଙ୍ଗିବା କେବେ ଗ୍ରହଣୀୟ ନୁହେଁ। ଏଭଳି ବ୍ୟବହାର ଗଣତନ୍ତ୍ରର ଗାରିମା ନଷ୍ଟ କରିଛି। ଏହା ପରେ ଅଶୋଭନୀୟ ବ୍ୟବହାର ପାଇଁ ଚଳିତ ମୌସୁମୀ ଅଧିକବେଶନ ଅବଶିଷ୍ଟ ଦିନ ଗୁଡ଼ିକରୁ ଶାନ୍ତନୁ ସେନଙ୍କୁ ନିଲମ୍ୱନ କରାଯାଇଥିବା ସେ ଘୋଷଣା କରିଥିଲେ।

ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପଶ୍ଚିମବଙ୍ଗରେ ଟିଏମସି ହିଂସାର ନୀତିକୁ ଆପଣାଇଛି। ସମାନ ରଣନୀତି ସଂସଦରେ ଆପଣାଇବାକୁ ଟିଏମସି ଚେଷ୍ଟା କରୁଛି। ଏଭଳି କରି ଆଗାମୀ ପିଢ଼ିର ସାଂସଦମାନଙ୍କୁ କି ବାର୍ତ୍ତା ଦେବାକୁ ଟିଏମସି ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଇସ୍ରାଏଲର ଏନଏସଓ ଦ୍ୱାରା ତିଆରି ହୋଇଥିବା ପେଗାସସ ସଫ୍ଟଓ୍ୱୟାରକୁ ବ୍ୟବହାର କରି ଭାରତ ସରକାର ୩୦୦ରୁ ଅଧିକ ଲୋକଙ୍କ ମୋବାଇଲରୁ ଡାଟା ଚୋରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏକ ଓ୍ୱେବ ସାଇଟରେ ପ୍ରକାଶିତ ଖବରକୁ ଆଧାର କରି ବିରୋଧୀ ଏବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। ସରକାର କିନ୍ତୁ ସମସ୍ତ ଅଭିଯୋଗକୁ ଖାରଜ କରିଛନ୍ତି। ମୌସୁମୀ ଅଧିବେଶନ ପୂର୍ବରୁ ଜାଣିଶୁଣି ଏପରି ଖବର ତିଆରି କରାଯାଇଛି। ଏହା ସମ୍ପୂର୍ଣ୍ଣ ଭାବରେ ଫେକ୍ ନ୍ୟୁଜ ବୋଲି ସରକାର କହିଛନ୍ତି।

ଏହି ପ୍ରସଙ୍ଗରେ ବିରୋଧୀ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ। ଏହାପରେ ଗତକାଲି ରାଜ୍ୟସଭାରେ ଏହି ପ୍ରସଙ୍ଗରେ ଉତ୍ତର ରଖିଥିଲେ ଆଇଟି ମନ୍ତ୍ରୀ। କିନ୍ତୁ ଟିଏମସି ସାଂସଦ ଶାନ୍ତନୁ ସେନ୍ ମନ୍ତ୍ରୀ ଯେଉଁ ପେପରରୁ ପଢ଼ି ବିବୃତ୍ତି ରଖୁଥିଲେ, ତାକୁ ଛଡାଇ ଆଣି ଗୃହ ମଝିରେ ଚିରି ଦେଇଥିଲେ।

The post ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ନିଲମ୍ୱିତ appeared first on Odisha Reporter.



from Odisha Reporter https://ift.tt/3rtS8Ju

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages