ସୌମ୍ୟ ମୃତ୍ୟୁ ସସ୍‌ପେନ୍ସ; ଡିଏଫଓଙ୍କୁ ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 22, 2021

ସୌମ୍ୟ ମୃତ୍ୟୁ ସସ୍‌ପେନ୍ସ; ଡିଏଫଓଙ୍କୁ ଜେରା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଶେଷରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିଛି ପୁଲିସ୍‌। ଆଜି ଦିନ ପ୍ରାୟ ୧୧ଟା ବେଳୁ ପୁଲିସ୍‌ ଟିମ୍‌ ପାରଳାଖେମୁଣ୍ଡି ସ୍ଥିତ ଡିଏଫଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଜେରା କରୁଛନ୍ତି। ଏହି ଜେରାରେ ଏସଡିପିଓ ଓ ଆଇଓ ସାମିଲ ଅଛନ୍ତି। ଏହାର କିଛି ସମୟ ପରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ପ୍ରଥମରୁ ତାଙ୍କ ପରିବାର ଲୋକ ଅଭିଯୋଗ କରି ଆସୁଥିଲେ ଓ ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ।  ବିଦ୍ୟାଙ୍କ ସହ ଡିଏଫଓଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସୌମ୍ୟଙ୍କୁ ବାଟରୁ ହଟାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଇଥିବା ପ୍ରଥମରୁ ହିଁ ତାଙ୍କ ପରିବାର ଲୋକ କହି ଆସୁଛନ୍ତି। ପୂର୍ବରୁ ବିଦ୍ୟା ଓ ରୋଷେୟାଙ୍କୁ ପୁଲିସ୍‌ ଜେରା କରି ସାରିଥିବା ବେଳେ ଆଜି ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଡିଏଫଓଙ୍କୁ ଜେରା ଆରମ୍ଭ ହୋଇଛି।

ପୂର୍ବରୁ ବିଦ୍ୟାଙ୍କ ଚିଠି ସମେତ ସୌମ୍ୟଙ୍କ ହାତଲେଖା ଡାଏରୀ ପଦାକୁ ଆସି ସାରିଥିବା ବେଳେ ସେଥିରେ ଉଭୟଙ୍କ ସମ୍ପର୍କ ଭଲ ନ ଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ‘ମୁଁ ଏହି ଲୋକକୁ ପ୍ରବଳ ଘୃଣା କରେ,  ମୋ ନାଁ ସହ ତା’ ନାଁ ଯୋଡ଼ିବାକୁ ବି ଇଚ୍ଛା ନାହିଁ। ମୋର ଗୋଟିଏ ନିଷ୍ପତ୍ତି ମୋ ଜୀବନ ବରବାଦ କରିଦେଲା’ ବୋଲି ବିଦ୍ୟା ଲେଖିଥିବା ଚିଠି ଗଣମାଧ୍ୟମରେ ପ୍ରସାରିତ ହୋଇଛି। ତେବେ ମନ ଦୁଃଖରେ ଏପରି ଲେଖି ଦେଇଥିବା କହିଛନ୍ତି ବିଦ୍ୟା। ସେହିପରି ସୌମ୍ୟଙ୍କ ଡାଏରୀ ସମ୍ପର୍କରେ ଆଜି ତାଙ୍କ ପରିବାର ପକ୍ଷର ଓକିଲ ସୂଚନା ଦେଇଛନ୍ତି। ସେଥିରେ ଥିବା ହାତଲେଖାରେ ଉଦାଶ ଓ ହାତଶ ଭାବର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ଏହି ଡାଏରୀରେ ଲେଖାଅଛି, “ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ  ତୁମର ଚାକର ହୋଇ ରହିବି। କିନ୍ତୁ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ। ତୁମେ ଯାହା ଚାହିଁବ ମୁଁ ସେ ବ୍ୟବସ୍ଥା କରିଦେବି।  ଏହା ପରେ ଯଦି କିଛି ଘଟେ ମୋର କିଛି କରିବାର ନାହିଁ। ମୁଁ କିଛି କହିବି ନାହିଁ।…. ସେ ଯାହା ନିଷ୍ପତ୍ତି ନେବ ସ୍ୱାଧୀନ ଭାବେ ନେଇ ପାରିବ। ଯଦି ମୁଁ ବାଧା ଦିଏ, ସିଏ ମୋ ନାଁରେ ଘରୋଇ ହିଂସା ମାମଲା କରିପାରେ।”

ଉଭୟଙ୍କ ମଧ୍ୟରେ କ’ଣ ପାଇଁ ଏତେ ତିକ୍ତତା ଓ ଘୃଣା ଭାବ ଭରି ରହିଥିଲା? ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ଭୂମିକା କିଛି ଅଛି କି, ବିଦ୍ୟାଙ୍କୁ ସେ ପୂର୍ବରୁ ଜାଣିଥିଲେ କି ଆଦି ପ୍ରଶ୍ନକୁ ନେଇ ଡିଏଫଓଙ୍କୁ ପୁଲିସ୍‌ ଗୁଡ଼ାଇତୁଡ଼ାଇ ପଚାରିବ ବୋଲି ଜଣାଯାଇଛି।

The post ସୌମ୍ୟ ମୃତ୍ୟୁ ସସ୍‌ପେନ୍ସ; ଡିଏଫଓଙ୍କୁ ଜେରା appeared first on Odisha Reporter.



from Odisha Reporter https://ift.tt/3BwavCe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages