କଟକ(ଓଡ଼ିଶା ରିପୋର୍ଟର): ଫେସ୍ବୁକ୍ ଚାଟିଂରୁ ଆରମ୍ଭ ହେଲା ପ୍ରେମ। ଏହାପରେ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ଜୀବନସାଥୀ ମଧ୍ୟ ହେଲେ । ଏବେ କିନ୍ତୁ ସମ୍ପର୍କରେ ଦେଖାଦେଲାଣି ଫାଟ। ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଆଣିଛନ୍ତି ନିର୍ଯାତନା ଅଭିଯୋଗ।
ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ। ଉଭୟଙ୍କୁ ଆଜି କଟକ ମହିଳା ଥାନାରେ କାଉନସେଲିଂ କରାଯିବ ।
ମୋହିତଙ୍କ ଅଭିଯୋଗ ଅନୁଯାୟୀ, “ଫେସବୁକରେ ଚାଟିଂରୁ ଚିହ୍ନା ପରିଚୟ ହେଲା। ସୋନାଲିଙ୍କର ପୂର୍ବରୁ ବୟଫ୍ରେଣ୍ଡ ଥିବା ଓ ତାଙ୍କ ଶରୀରର ପ୍ରାଇଭେଟ ପାର୍ଟରେ ତାଙ୍କ ନାଁରେ ଟାଟୁ ଥିବା ମୁଁ ଜାଣି ନ ଥିଲି। ଏପରିକି ପୂର୍ବ ସମ୍ପର୍କକୁ ନେଇ ତାଙ୍କ ଗୋଡ଼କୁ ଫାୟାରିଂ ହୋଇଥିବା ଘଟଣା ମୁଁ କିଛି ଜାଣି ନ ଥିଲି। କିଛି ଦିନ ଚାଟିଂ ପରେ ସେ ଧମକ ଦେଇ ମୋତେ ବିବାହ କଲେ। ନଭେମ୍ବର ୨୫ରେ ଆମ ବିବାହ ହେଲା।
ହେଲେ ବିବାହ ପରେ ନିଜ ପୁରୁଣା ବୟଫ୍ରେଣ୍ଡ ସହ ମିଶି ସେ ଅଶ୍ଲୀଳ ଭି଼ଡିଓ କରି ମୋ ପାଖକୁ ପଠାଇ ଭାଇରାଲ କରିବାକୁ ବାରମ୍ବାର ଧମକ ଦେଇଥିଲେ । ” ଏପରି ଝିଅ ସହ ରହିପାରିବିନି, ଛାଡ଼ପତ୍ର ଦରକାର କହି ମୋହିତ ମର୍କତ ନଗର ଥାନାରେ ଅଭିଯୋଗ କରିଛନ୍ତି । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଧମକ ବି ଦେଇଛନ୍ତି ।
ସେପଟେ ସ୍ୱାମୀ ମୋହିତଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ପତ୍ନୀ ସୋନାଲି । ସେ କହିଛନ୍ତି, ବାହାଘର ପରେ ମୋହିତ ତାଙ୍କୁ ନିର୍ଯାତନା ଦେଉଥିଲେ । ମୋହିତ ତାଙ୍କୁ ବାରମ୍ବାର ଟଙ୍କା ମାଗନ୍ତି । ବ୍ୟବସାୟ ପାଇଁ ସେ ୧୫ ଲକ୍ଷ ଟଙ୍କା ମାଗୁଥିଲେ ସେ ଟଙ୍କା ନ ଦେବାରୁ ତାଙ୍କୁ ମାରିଦେବାର ଧମକ ଦେଇଥିବା ମୋହିତଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପତ୍ନୀ । ଏନେଇ ସେ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।।
ଏଥିସହ ସେ କହିଛନ୍ତି, ମୋ ଟାଟୁ ପାଇଁ ଯଦି ସମ୍ପର୍କ ବିଗିଡ଼ିଲା, ଆଗରୁ କହିଲେନି କାହିଁକି। ମୁଁ ମୋ ପୂର୍ବ ସମ୍ପର୍କ କଥା ତାଙ୍କୁ କହିଥିଲା। ଫେସବୁକ ଚାଟରୁ ଆମ ସମ୍ପର୍କ ହେଲା। ତାଙ୍କୁ, ତାଙ୍କ ପରିବାର ଲୋକଙ୍କୁ ମୋ ପୂର୍ବ କଥା ସବୁ କହିଥିଲି। ସେଥିରେ ତାଙ୍କର କିଛି ଅସୁବିଧା ନ ଥିଲା। ଏହାପରେ ଆମ ବିବାହ ହେଲା। ବାହାଘରର ୫ ମାସ ପରେ ମୋତେ ନିର୍ଯାତନା ଦେବା ଆରମ୍ଭ କଲେ। ଟଙ୍କା ଆଣିବାକୁ ସବୁବେଳେ ମାରପିଟ କରୁଥିଲେ, ମୋ ସୁନା ସବୁ ନେଇଗଲେ।
ଏନେଇ ଯୁବତୀଙ୍କ ବାପା କହିଛନ୍ତି, ଝିଅ ବାହାଘରରେ ସମୁଦାୟ ୨୦ ଲକ୍ଷ ଖର୍ଚ୍ଚ କଲି। ଏବେ ପୁଣି ୧୫ ଲକ୍ଷ ଟଙ୍କା ପାଇଁ କହୁଛି। ମନା କରିବାରୁ ଝିଅକୁ ନିର୍ଯାତନା ଦେଉଛନ୍ତି, ତା’ ନାଁରେ ଅଭିଯୋଗ ଆଣୁଛନ୍ତି।
ଝିଅ ଫ୍ୟାଶନ ଡିଜାଇନିଂ କରୁଥିବା ବେଳେ ଜଣେ ଯୁବକ ତା ଗୋଡ଼କୁ ଫାୟାରିଂ କରିଥିଲା। ମୋହିତ ସବୁ ଜାଣି ଆମ ଝିଅକୁ ବାହା ହୋଇଛି। ଆଉ ଏବେ ମିଡିଓ ସାମନାରେ ନାନା ବାହାନା କରି ନିର୍ଯାତନା କଥା କହୁଛି।
The post ପତି, ପତ୍ନୀ ଓ ଟାଟୁ; ବିବାହର ୮ ମାସ ପରେ କଥା ଥାନାରେ appeared first on Odisha Reporter.
from Odisha Reporter https://ift.tt/3eONMHL
No comments:
Post a Comment