୧୧ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ନେତାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 31, 2021

୧୧ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ନେତାଙ୍କ ପରଲୋକ

ସୋଲାପୁର: ପେଜାଣ୍ଟ ଆଣ୍ଡ ଓ୍ୱାର୍କର ପାର୍ଟିର (PWP)ର ନେତା ଗଣପାତ୍ରୋ ଦେଶମୁଖଙ୍କର ବିୟୋଗ ହୋଇଛି। ୯୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗର ଶିକାର ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ସଙ୍ଗୋଲେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି। ଗଣପାତ୍ରୋ ଦେଶମୁଖ ଦେଶରେ ସର୍ବାଧିକ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ଅନ୍ୟତମ ନେତା।

ମହାରାଷ୍ଟ୍ରର ସଙ୍ଗୋଲେ ବିଧାନସଭାରୁ ଦେଶମୁଖ ମୋଟ୍ ୧୧ ଥର ନିର୍ବାଚିତ ହୋଇଥିଲେ। ୧୯୬୨ରେ ଏହି ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ନିଜର ରାଜନୀତିକ ଯାତ୍ରା ବେଳେ ସେ ମାତ୍ର ଦୁଇ ଥର ୧୯୬୨ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ପରାଜୟ ହୋଇଥିଲେ। ୧୯୯୫ରେ ସେ ତାଙ୍କ ନାତିଙ୍କ ପାଖରୁ  ମାତ୍ର ୧୯୦ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ୨୦୧୨ରେ ମହାରାଷ୍ଟ୍ର ବିଧାନସଭା ଗଣପାତ୍ରୋ ଦେଶମୁଖଙ୍କୁ ବିଧାୟକ ଭାବରେ ୫୦ ବର୍ଷ ପୂରଣ କରିଥିବାରୁ ତାଙ୍କୁ ସମ୍ୱର୍ଦ୍ଧନା ଦେଇଥିଲା।

ଦେଶମୁଖ କାର୍ଯ୍ୟକାଳ ମଧ୍ୟରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ୧୯୭୮ ଏବଂ ୧୯୯୯ରେ ଶରଦ ପାଓ୍ୱାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ସେ ମନ୍ତ୍ରୀ ହୋଇଥିଲେ। ହେଲେ ୨୦୧୯ରେ ସେ ରାଜନୀତିରୁ ସ୍ୱେଚ୍ଛାକୃତ ଭାବରେ ଅବସର ଗ୍ରହଣ କରିଥିଲେ। ଏବେ ଦେଶମୁଖ ଦେଶରେ ଦ୍ୱିତୀୟ ନେତା ଯିଏକି ସର୍ବାଧିକ ଥର ବିଧାନସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସର୍ବାଧିକ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ନେତାଙ୍କ ମଧ୍ୟରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ଏମ୍ କରୁଣାନୀଧି ରହିଛନ୍ତି।

ଦେଶମୁଖଙ୍କ ବିୟୋଗରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ଶୋକ ପ୍ରକାଶ କରିଛନ୍ତି।

The post ୧୧ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ନେତାଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/3BZj0G7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages