ନୂଆଦିଲ୍ଲୀ: ବେଲଗାମ ହେବାରେ ଲାଗିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଆଜି ପୁଣିଥରେ ପେଟ୍ରୋଲର ଲିଟର ପିଛା ଦାମ ୩୫ ପଇସା ଓ ଡିଜେଲର ଦର ୨୩ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ପେଟ୍ରୋଲ ଦର ସେଞ୍ଚୁରୀ ପାର କରିଥିବା ସହର ଗୁଡ଼ିକ ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀ ଓ ବେଙ୍ଗଲ ରାଜଧାନୀ କୋଲକତା ଯୋଡ଼ି ହୋଇଯାଇଛି। ପୂର୍ବରୁ ଓଡ଼ିଶା ସମେତ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ ଭଳି ଏକାଧିକ ରାଜ୍ୟର ସହରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ପାର କରିଥିଲା।
ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୦.୨୧ ଟଙ୍କା ଓ ଡିଜେଲ ଲିଟର ପିଛା ୮୯.୫୩ ଟଙ୍କାରେ ବିକ୍ରି ହେଉଛି। ଗତକାଲି ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୯୯.୮୬ ଟଙ୍କା ଥିଲା। ମୁମ୍ବାଇରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୬.୨୫ ଟଙ୍କା ଓ ଡିଜେଲ ୯୭.୦୯ ଟଙ୍କା ରହିଛି।
କୋଲକାତାରେ ବି ଆଜି ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଡେଇଁଛି। ଆଜି କୋଲକାତାରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦.୨୩ ଟଙ୍କାରେ ବିକ୍ରି କରାଯାଉଛି। ଏଠାରେ ଡିଜେଲ ଦର ୯୨.୫୦ ଟଙ୍କା ରହିଛି। ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୧.୦୬ ଟଙ୍କା ଓ ଡିଜେଲ ଦର ୯୪.୦୬ ଟଙ୍କାରେ ବିକ୍ରି ହେଉଛି।
ଜୁଲାଇ ମାସରେ ତୈଳ ଦର ପ୍ରାୟ ୪ଥର ବୃଦ୍ଧି ପାଇଲାଣି। ଦିନକୁ ଦିନ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚୁ ଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଦ୍ଧିତ ତୈଳ ଦର ପାଇଁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବୃଦ୍ଧି ପାଉଛି।
The post ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସେଞ୍ଚୁରୀ ତାଲିକାରେ ଆଉ ଦୁଇ ସହର appeared first on Odisha Reporter.
from Odisha Reporter https://ift.tt/3wgLxD2
No comments:
Post a Comment