ଯାଜପୁର (ଅଭୟ ପତି): ଘର ଭିତରୁ ସ୍ତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘର ବାହାରୁ ଏକ ଗଛରୁ ମିଳିଛି ସ୍ୱାମୀର ଝୁଲନ୍ତା ମୃତଦେହ। ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଗୌରପୁର ପଞ୍ଚାୟତର ଜୁଗଳ ଗାଁରେ ଘଟିଛି ଏହି ଘଟଣା।
ମୃତକ ଦ୍ୱୟ ହେଲେ ଶାନ୍ତନୁ ଜେନା ଓ ତାଙ୍କ ପତ୍ନୀ ସବିତା ଜେନା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇ ସାରିବା ପରେ ଶାନ୍ତନୁ ଓ ସବିତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏହା ପରେ ଆଜି ସକାଳେ ଘର ବାହାରେ ଶାନ୍ତନୁଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପରିବାର ଲୋକେ। ସେ ଗଛରେ ଏକ ଲୁଙ୍ଗିରେ ଝୁଲି ରହିଥିଲେ। ସେହିଭଳି ଘର ଭିତରେ ସବିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ। ତାଙ୍କ ବେକରେ ଦଉଡ଼ି ବନ୍ଧା ଯାଇଥିଲା।
ପାରିବାରିକ ଅଶାନ୍ତକୁ ନେଇ ଶାନ୍ତନୁ ଓ ସବିତା ଆତ୍ମହତ୍ୟା କରିଥିବା କୁହାଯାଉଛି। କୋରେଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଶାନ୍ତନୁ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ କରୋନା ଯୋଗୁ ସେଠାରୁ ଫେରି ଆସି ସେ ବର୍ଷେରୁ ଅଧିକ ସମୟ ହେବ ଘରେ ଥିଲେ।
The post ଘର ଭିତରେ ସ୍ତ୍ରୀର ଝୁଲନ୍ତା ମୃତଦେହ, ବାହାରେ ସ୍ୱାମୀର appeared first on Odisha Reporter.
from Odisha Reporter https://ift.tt/3iCGnMO
No comments:
Post a Comment