ନୂଆଦିଲ୍ଲୀ: ଦାୟିତ୍ୱ ନେଉ ନେଇ ଆକ୍ସନ ମୁଡକୁ ଚାଲି ଆସିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦାୟିତ୍ୱ ନେବା ପରେ ମନ୍ତ୍ରାଳୟର କାର୍ଯ୍ୟ କରିବାର ଶୈଳୀ ବଦଳିଛି । ଏଣିକି ମନ୍ତ୍ରୀଙ୍କ ଅଫିସରେ ଦୁଇଟି ସିଫ୍ଟରେ କାମ ହେବ ।
ପ୍ରଥମ ସିଫ୍ଟରେ ଆସୁଥିବା ଅଧିକାରୀ ଓ କର୍ମଚାରୀ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାମ କରିବେ । ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରେ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହେବ । ଏହି ନିୟମ ରେଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଲାଗୁ ହେବ ।
ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ପାଇଁ ରେଲୱେ ଏଡିଜି ଡ. ନାରାୟଣଙ୍କ ପକ୍ଷରୁ ନୋଟିସ ଦିଆ ଯାଇଛି । ଚୁକ୍ତିଭିତ୍ତିକ କର୍ମଚାରୀ ଓ ଅନ୍ୟ ରେଲୱେ ଷ୍ଟାଫଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ ନାହିଁ ।
ଗତକାଲି ରେଳମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ରହିଛ । ଆଉ ଏହି ଭିଜନକୁ କାର୍ଯ୍ୟକାରୀ କରିବା ଦିଗରେ ସେ କାମ କରିବେ ବୋଲି କହିଥିଲେ ।
ଭାରତର ପ୍ରତି ଚାଷୀ, ଗରୀବ ତଥା ସାଧାରଣ ଲୋକଙ୍କ କାମରେ ଯେପରି ରେଳୱେ ଆସିପାରେ, ସେମାନେ ଯେପରି ଏହାର ଲାଭ ଉଠାଇ ପାରିନ୍ତି, ଏପରି ସ୍ୱପ୍ନ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ସେ କାମ ଆରମ୍ଭ କରିଦେଇଥିବା କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ସାଂସଦ ଅଶ୍ୱୀନ ବୈଷ୍ନବଙ୍କୁ ଗୁରୁ ଦାୟିତ୍ୱ ମିଳିଛି। ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ଆଇଟି ମନ୍ତ୍ରାଳୟ ଦାୟିତ୍ୱ ମିଳିଛି। ପୂର୍ବରୁ ରେଳ ମନ୍ତ୍ରାଳୟ ପୀୟୁଷ ଗୋଏଲଙ୍କ ପାଖରେ ଥିବା ବେଳେ ଆଇଟି ମନ୍ତ୍ରାଳୟ ରବିଶଙ୍କର ପ୍ରସାଦଙ୍କ ପାଖରେ ଥିଲା। ରବି ଶଙ୍କର ମୋଦିଙ୍କ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ପ୍ରଥମ ଥର ପାଇଁ ଜଣେ ଆଇଆଇଟି ତଥା ଏମ୍ବିଏ ଡିଗ୍ରୀଧାରୀଙ୍କୁ ରେଲୱେ ପରି ଗୁରୁ ଦାୟିତ୍ୱ ଦେଇଛନ୍ତି ମୋଦି।
ସୂଚନାଯୋଗ୍ୟ, ବୈଷ୍ଣବଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ମିଳିଛି। ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇଥିବା ବେଳେ ପ୍ରଥମ ଥର ମନ୍ତ୍ରୀ ହୋଇଛନ୍ତି। ଏକାସାଙ୍ଗରେ ରେଳ, ସଂଚାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଛନ୍ତି। ଏହିସବୁ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଓ ଓଡ଼ିଶା ପାଇଁ ଅନେକ କିଛି କରିପାରିବାର ସାମର୍ଥ୍ୟ ରଖିଛନ୍ତି।
The post ଆକ୍ସନ ମୁଡରେ ରେଳ ମନ୍ତ୍ରୀ, ଏଣିକି ୨ ସିଫ୍ଟରେ କାମ କରିବେ କର୍ମଚାରୀ appeared first on Odisha Reporter.
from Odisha Reporter https://ift.tt/3hLPgDk
No comments:
Post a Comment