ଦାଦାକୁ ମାରି ପୁତୁରା ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ଦାଦାକୁ ମାରି ପୁତୁରା ଫେରାର

ବାଲିଗୁଡ଼ା (ଅଜିତ୍ ନାୟକ): ଜମିଜମା ବିବାଦକୁ ନେଇ ଦାଦାକୁ ମାରିଦେଲେ ପୁତୁରା। ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇରୁପୁଟା ଗାଁରୁ।

ମୃତ ବ୍ୟକ୍ତିଙ୍କ ନାଁ ହରି ନାୟକ। ଅଭିଯୁକ୍ତର ନାଁ ବିପ୍ର ନାୟକ। ସେ ଫେରାର ଅଛି।

ଦୀର୍ଘ ଦିନ ଧରି ହରି ଓ ବିପ୍ରଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗିରହିଥିଲା। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ବିପ୍ର ଏକ କାଠ ଫାଳିଆରେ ଦାଦା ହରି ନାୟକଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ହରିଙ୍କ ମୃତ୍ୟୁ ଘଟିଥିଲା।

ପରିବାର ଲୋକେ ଘଟଣା ସଂପର୍କରେ ରାଇକିଆ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଅଭିଯୁକ୍ତ ବିପ୍ର ନାୟକ ଫେରାର ଥିବା ବେଳେ ପୁଲିସ୍ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

The post ଦାଦାକୁ ମାରି ପୁତୁରା ଫେରାର appeared first on Odisha Reporter.



from Odisha Reporter https://ift.tt/2TTX7XB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages