ସକାଳୁ ସକାଳୁ ଜଳିଗଲା ରେଡକ୍ରସ ରକ୍ତ ଭଣ୍ଡାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 8, 2021

ସକାଳୁ ସକାଳୁ ଜଳିଗଲା ରେଡକ୍ରସ ରକ୍ତ ଭଣ୍ଡାର

ବାରିପଦା(ଓଡ଼ିଶା ରିପୋର୍ଟର):  ବାରିପଦା ରେଡକ୍ରସ ରକ୍ତ ଭଣ୍ଡାରରେ ଆଜି ସକାଳେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି। ହଠାତ୍‌ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ନଷ୍ଟ ହୋଇଯାଇଛି।  ଏଥିଯୋଗୁ ଆଜି କେବଳ ଗୁରୁତର ରୋଗୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ରକ୍ତ ଯୋଗାଣକୁ ବନ୍ଦ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୭ଟା ପରେ ହଠାତ୍‌ ରେଡକ୍ରସ ରକ୍ତ ଭଣ୍ଡାରର ଉପର ମହଲାରେ ଥିବା ଟେକ୍ନିକାଲ ରୁମ୍‌ରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କର୍ମଚାରୀମାନେ ପହଞ୍ଚିବାରୁ ଉକ୍ତ ରୁମ୍‌ରେ ଅଗ୍ନି ସଂଯୋଗ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଦେଖୁ ଦେଖୁ ନିଆଁ ବ୍ୟାପି ଉକ୍ତ ରୁମ୍‌ରେ ଥିବା ଲକ୍ଷାଧିକ ଟଙ୍କାର ମେସିନ ସବୁ ନଷ୍ଟ ହୋଇଯାଇଛି।

ଘଟଣା ସମୟରେ ଉପସ୍ଥିତ ଥିବା କର୍ମଚାରୀ ମେଡିକାଲରେ ମହଜୁଦ ଥିବା ଅଗ୍ନି ନିର୍ବିପାକ ଯନ୍ତ୍ର ଦ୍ୱାରା ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଏହାପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ବେଳେ ୨ଟି ଗାଡ଼ି ପହଞ୍ଚିଥିଲା। ପ୍ରାୟ ଅଧ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ କାବୁ କରି ଦେଇଥିବା ଜଣାଯାଇଛି। ଏଥିଯୋଗୁ ଟେକନିକାଲ ରୁମ୍‌ରେ ଥିବା ମେସିନ, ଯନ୍ତ୍ରପାତି, କମ୍ପ୍ୟୁଟର, ଆସବାବପତ୍ର, ଏସି ଆଦି ଜଳି ପାଉଁଶ ହୋଇଯାଇଛି।

ତେଣୁ ଆଜି କେବଳ ଗୁରୁତରଙ୍କ ବ୍ୟତୀତ ଅନ୍ୟମାନଙ୍କୁ ରକ୍ତ ଯୋଗାଇ ହୋଇପାରିବ ନାହିଁ ବୋଲି ରେଡକ୍ରସ ଭଣ୍ଡାରର ଇନ୍‌ଚାର୍ଜ ଡା. ସୌମ୍ୟ ରଞ୍ଜନ ନାୟକ କହିଛନ୍ତି। ଏହି ଅଗ୍ନିକାଣ୍ଡ ଯୋଗୁ ପ୍ରାୟ ୬ ଲକ୍ଷ ମୂଲ୍ୟର ଯନ୍ତ୍ରପାତି ନଷ୍ଟ ହୋଇଯାଇଛି। ପୁଣି ଥରେ ଯନ୍ତ୍ରପାତି ଆଣି ନିୟମିତ କାର୍ଯ୍ୟକୁ ସୁରୁଖୁର କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଡା. ନାୟକ କହିଛନ୍ତି

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସଟସର୍କିଟରୁ ଏପରି ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

The post ସକାଳୁ ସକାଳୁ ଜଳିଗଲା ରେଡକ୍ରସ ରକ୍ତ ଭଣ୍ଡାର appeared first on Odisha Reporter.



from Odisha Reporter https://ift.tt/3hLBErI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages