କୋଭିଶିଲ୍ଟ କରୋନାରୁ ୯୩% ସୁରକ୍ଷା ଦିଏ, ମୃତ୍ୟୁ ହାର ୯୮% କମାଏ: ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 27, 2021

କୋଭିଶିଲ୍ଟ କରୋନାରୁ ୯୩% ସୁରକ୍ଷା ଦିଏ, ମୃତ୍ୟୁ ହାର ୯୮% କମାଏ: ରିପୋର୍ଟ

ନୂଆଦିଲ୍ଲୀ: କୋଭିଶିଲ୍ଟ ଟିକା କରୋନା ସଂକ୍ରମଣରୁ ୯୩ ପ୍ରତିଶତ ସୁରକ୍ଷା ଦିଏ। ମୃତ୍ୟୁ ହାର ୯୮ ପ୍ରତିଶତ ହ୍ରାସ କରେ। ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଏହି ଟିକାକୁ ନେଇ ନିକଟରେ ଏକ ଅଧ୍ୟୟନ ହୋଇଥିଲା। ଅଧ୍ୟୟନ ରିପୋର୍ଟରୁ ଏହି ଫଳାଫଳ ଆସିଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ଦ୍ୱିତୀୟ ଲହର ବେଳେ କରୋନାର ଡେଲଟା ଭାରିଆଣ୍ଟ ସକ୍ରିୟ ରହିଥିଲା। ଏହି ସମୟରେ କୋଭିଶିଲ୍ଡ ଟିକା ନେଇଥିବା ୧୫ ଲକ୍ଷ ଡାକ୍ତର ଏବଂ ଫ୍ରଣ୍ଟ ଲାଇନ ଓ୍ୱାର୍କରଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଆର୍ମଡ ଫୋର୍ସେସ ମେଡିକାଲ କଲେଜ (ଏଏଫଏମସି) ଏହି ସର୍ଭେ କରିଥିଲା।

ନୀତି ଆୟୋଗର ସଦସ୍ୟ ଭି.କେ ପାଲ୍ ମଙ୍ଗଳବାର ଏହି ସୂଚନା ପ୍ରଦାନ କରିବା ବେଳେ କହିଛନ୍ତି, ଟିକା ସଂକ୍ରମଣ ହାରକୁ କମାଏ। କିନ୍ତୁ ଏଯାବତ କୌଣସି ଟିକା ନାହିଁ ଯାହା ସଂକ୍ରମଣ ହାରକୁ ଶତ ପ୍ରତିଶତ କମାଇପାରିବ। ହେଲେ ଗୁରୁତର ହେବାରୁ ଏହା ରକ୍ଷା ଦିଏ। ତେଣୁ ସମସ୍ତ ସତର୍କ ଏବଂ ସୁରକ୍ଷିତ ରହିବା ଦରକାର। ଯେଉଁମାନେ ଗୁରୁତର ରହିଛନ୍ତି ଅନ୍ୟ ରୋଗରେ ସେମାନେ ମୁଖ୍ୟତଃ ଅଧିକ ସତର୍କ ରହିବା ଦରକାର।

ଅନ୍ୟପଟେ ସରକାର କହିଛନ୍ତି ଯେ କୋଭିଶିଲ୍ଡ ଟିକା ଦୁଇ ଡୋଜ ମଧ୍ୟରେ ସମୟ ବ୍ୟବଧାନ ବଢ଼ାଇବା ନିଷ୍ପତ୍ତି ବିଶେଷଜ୍ଞଙ୍କ ଦ୍ୱାରା ଦିଆଯାଇଥିବା ସୁପାରିଶ ବୈଜ୍ଞାନିକ ପ୍ରମାଣ ଉପରେ ଆଧାରିତ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାରତ ପ୍ରବୀଣ ପାୱାର ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ବୈଷୟିକ ପରାମର୍ଶଦାତା ଗୋଷ୍ଠୀର ବୈଠକରେ କୌଣସି ସଦସ୍ୟ ଏହି ସୁପାରିଶକୁ ନେଇ ମତଭେଦ ପ୍ରକାଶ କରି ନାହାଁନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଥମେ କୋଭିଶିଲ୍ଟର ଦ୍ୱିତୀୟ ଡୋଜର ବ୍ୟବଧାନ ୩୦ ଦିନ ରହିଥିଲା। ପରେ କିନ୍ତୁ ସରକାର ଏହାକୁ ୧୨ ସପ୍ତାହ ପରେ କରିଛନ୍ତି। ଟିକାର ଅଭାବ ଥିବାରୁ ସରକାର ନିୟମରେ ଦ୍ୱିତୀୟ ଟିକାର ଅବଧି ବଢ଼ାଇଥିଲେ ବୋଲି କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ବିରୋଧୀ ନେତା କହିଥିଲେ।

କହିରଖୁଛୁ ଦେଶରେ ତିଆରି ହେଉଥିବା କୋଭିଶିଲ୍ଡର ପ୍ରକୃତ ନିର୍ମାତା ବ୍ରିଟେନର ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ତିଆରି ହୋଇଛି। ବ୍ରିଟେନରେ ଏହି ଟିକା ଅକ୍ସୋଫର୍ଡ ଆଷ୍ଟ୍ରାଜେନିକା ନାମକରଣ ରହିଛି। ଏଠାରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜର ଅବଧି ମଧ୍ୟରେ ପାଖାପାଖି ତିନି ମାସ ରହିଛି। ଏପରି ଟିକା ଅବଧି ହେଲେ ଟିକା ଶରୀରରେ ଅଧିକ ପ୍ରଭାବଶାଳୀ ହେଉଛି ବୋଲି ବ୍ରିଟେନର ବିଶେଷଜ୍ଞ କହିଥିଲେ।

The post କୋଭିଶିଲ୍ଟ କରୋନାରୁ ୯୩% ସୁରକ୍ଷା ଦିଏ, ମୃତ୍ୟୁ ହାର ୯୮% କମାଏ: ରିପୋର୍ଟ appeared first on Odisha Reporter.



from Odisha Reporter https://ift.tt/2UX0NIr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages