ବାରିପଦା(ମାଣିକଲାଲ ପାଣି): ପୁରୀ ରଥ ଯାତ୍ରାର ପର ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହୋଇଥାଏ ରଥଯାତ୍ରା ହୋଇଥାଏ । ହେଲେ କରୋନା କଟକଣା ଯୋଗୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଜି ରଥଯାତ୍ରା ହୋଇପାରି ନ ଥିଲେ ବି ମନ୍ଦିର ସମ୍ମୁଖରେ ଦେଖାଦେଇଥିଲା ଭିଡ଼। ଭିଡ଼କୁ ନିୟନ୍ତ୍ରଣକୁ ଆଣିବାକୁ ବାରିପଦା ଜଗନ୍ନାଥ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କଲା ଜିଲ୍ଲା ପ୍ରଶାସନ । ମନ୍ଦିର ଚାରିପାଖ ୫ ଶହ ମିଟର ଦୂରତା ପର୍ଯ୍ୟନ୍ତ ୧୪୪ ଧାରା ଜାରି ହୋଇଛି ।
ଆଜିଠାରୁ ବାହୁଡ଼ା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ । ଶାନ୍ତିଶୃଂଖଳା ରକ୍ଷା ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ୍ ଫୋର୍ସ ଓ ୨୦ ଅଫିସରଙ୍କୁ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ଶ୍ରୀକ୍ଷେତ୍ର ପୁରୀରେ ଭାଇଭଉଣୀଙ୍କ ସହ ରଥାରୁଢ଼ ଜଗତର ନାଥ ଜଗନ୍ନାଥ ରତ୍ନ ସିଂହାସନରୁ ଓହ୍ଲାଇ ଜନ୍ମ ବେଦୀକୁ ଯାଇଥିବା ବେଳେ ଅନ୍ୟ ସବୁଠି ବନ୍ଦ ହୋଇଛି ଏହି ଯାତ୍ରା। ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ରଥ ଖଳାରେ ଠିଆ ହୋଇଛି ଅଧା ଗଢା ରଥ । କରୋନା କଟକଣା ଯୋଗୁଁ ବାରିପଦାରେ ଗତ ବର୍ଷ ପରି ଚଳିତ ବର୍ଷ ବି ଗଡ଼ିନି ରଥ।
ଅଣସରରୁ ବାହାରିବା ପରେ ମନ୍ଦିର ଭିତରେ ନାଟ ମଣ୍ଡପରେ ଭଦ୍ରାସନ ପିଣ୍ଡିରେ ବସିଛନ୍ତି ତିନି ଠାକୁର । ଏହିଠାରେ ଠାକୁର ଏବଂ ସିଂହ ଦ୍ଵାର ରେ ଭକ୍ତ । ମନ୍ଦିର ଭିତରକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।
ଅପରପକ୍ଷେ, ଦ୍ୱିତୀୟ ବର୍ଷ ପାଇଁ ରଥ ଯାତ୍ରାକୁ ବନ୍ଦ କରାଯାଇଥିବା ବେଳେ କିଭଳି ହେବ ଠାକୁରଙ୍କ ନିତି କାନ୍ତି ସେ ନେଇ ବାରିପଦାରେ ଆରମ୍ଭ ହୋଇଛି ଦ୍ଵନ୍ଦ। ଦେବସ୍ନାନ ପୂର୍ଣ୍ଣିମାରେ ତିନି ଠାକୁରଙ୍କ ନୀତି ହେବା ପରେ ଅଣସର ଘରକୁ ଯାଇଥିଲେ । ହେଲେ ଅଣସର ଘରୁ ବାହାରିବା ପରମ୍ପରା ଅନୁଯାୟୀ ସେଠାରୁ ରଥା ରୂଢ ହୋଇ ଜନ୍ମ ବେଦିକୁ ଯାଇଥାନ୍ତେ । ସେଠାରେ ନୀଳାଖେଳ ପରେ ପୁଣି ବାହୁଡିଥାନ୍ତେ ତିନି ଠାକୁର । ହେଲେ କରୋନା ଯୋଗୁ ସବୁକିଛି ଠପ୍ ହୋଇଯାଇଛି।
ଗତବର୍ଷ ରଥ ଯାତ୍ରା ନ ହେବାରୁ ତିନି ଠାକୁରଙ୍କ ନିତିକାନ୍ତି ହୋଇ ପାରି ନଥିଲା । ଏ ନେଇ ଧର୍ମ ଗୁରୁ ଶଙ୍ଗାରାଚାର୍ଯ୍ୟଙ୍କ ମତ ନେଇ ତିନି ଭଙ୍ଗ ପାଇଁ ପ୍ରାୟଶ୍ଚିତ କରାଯାଇଥିଲା। ଚଳିତ ବର୍ଷ ପୁଣି ସେହି ସମସ୍ୟା ଉପୁଜିଛି । ଚଳିତ ବର୍ଷ ଠାକୁର ଅଣସର ଘରୁ ବାହାରି ଆସିଛନ୍ତି । କିନ୍ତୁ ପୁଣି ରଥ ଯାତ୍ରା ହୋଇ ଜନ୍ମ ବେଦିକୁ ନ ଗଲା ଯାଏଁ ଆଉ ରତ୍ନ ମଣ୍ଡପ କୁ ଫେରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ସେବାୟତ।
The post ଆଜି ବାରିପଦା ଜଗନ୍ନାଥ ମନ୍ଦିରରେ ଗଡ଼ିଥାନ୍ତା ରଥ, ହେଲେ ଲାଗୁ ହେଲା ୧୪୪ ଧାରା appeared first on Odisha Reporter.
from Odisha Reporter https://ift.tt/3yX8Cwp
No comments:
Post a Comment