ରାଜ୍ୟ ସରକାରଙ୍କୁ ତାଗିଦ୍ : ଆଇଟି ଆକ୍ଟ ଧାରା ୬୬ (କ)ରେ ରୁଜୁ ସବୁ ମାମଲାକୁ ତୁରନ୍ତ ପ୍ରତ୍ୟାହାର କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 14, 2021

ରାଜ୍ୟ ସରକାରଙ୍କୁ ତାଗିଦ୍ : ଆଇଟି ଆକ୍ଟ ଧାରା ୬୬ (କ)ରେ ରୁଜୁ ସବୁ ମାମଲାକୁ ତୁରନ୍ତ ପ୍ରତ୍ୟାହାର କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଟି ଆକ୍ଟ-୨୦୦୦ର ଧାରା ୬୬(କ)ରେ ପୁଲିସ କରିଥିବା ସମସ୍ତ ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ସୁପ୍ରିମକୋର୍ଟ ୨୦୧୫ ମସିହା ମାର୍ଚ୍ଚ ୨୪ତାରିଖରେ ଆଇଟି ଆକ୍ଟର ଏହି ଧାରାକୁ ଅକାମୀ କରିବା ସତ୍ତ୍ୱେ ପୁଲିସ ଦ୍ୱାରା ଏହି ଧାରାରେ ମାମଲା ରୁଜୁ କରାଯାଉଥିବାକୁ ନେଇ କେନ୍ଦ୍ର ସରକାର ଉଦବେଗ ବ୍ୟକ୍ତ କରିବା ସହ ତୁରନ୍ତ ଏଭଳି ମାମଲାକୁ ପ୍ରତ୍ୟାହାର ପାଇଁ କହିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉପସଚିବ ଶୈଳେନ୍ଦ୍ର ବିକ୍ରମ ସିଂ ବୁଧବାର ଓଡ଼ିଶା ସମେତ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖି ସୁପ୍ରିମକୋର୍ଟ ନିରସ୍ତ୍ର କରିଥିବା ଏହି ପ୍ରାବଧାନ ସମ୍ପର୍କରେ ପୁଲିସକୁ ଆବଶ୍ୟକ ସଚେତନ ପାଇଁ ଗୃହ ମନ୍ତ୍ରଣାଳୟ ଏକାଧିକ ଥର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । କିନ୍ତୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରୁ ଜଣାପଡ଼ିଛି ଯେ, ଏବେବି ଅନେକ ପୁଲିସ ଅଧିକାରୀ ଆଇଟି ଆକ୍ଟ-୨୦୦୦ର ଧାରା ୬୬କ ପ୍ରାବଧାନ ଆଧାରରେ ମାମଲା ରୁଜୁ କରୁଛନ୍ତି । ତେଣୁ ଏହି ପ୍ରାବଧାନ ଉଚ୍ଛେଦ ହୋଇସାରିଥିବାରୁ କୌଣସି ପୁଲିସ ଥାନାରେ ଯେଭଳି ଉକ୍ତ ପ୍ରାବଧାନ ଅନ୍ତର୍ଗତ ମାମଲା ପଞ୍ଜିକୃତ ନହୁଏ, ତାହା ସୁନିଶ୍ଚିତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଏହି ଧାରାରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମଧ୍ୟ କେନ୍ଦ୍ର ସରକାର କହିଛନ୍ତି ।

ତେବେ ଆଇଟି ଆକ୍ଟ-୨୦୦୦ର ଧାରା ୬୬(କ) କ’ଣ ?
୨୦୦୮ ମସିହାରେ ଏହି ଆଇନକୁ ସଂଶୋଧନ କରାଯାଇ ୬୬(କ)କୁ ସାମିଲ କରାଯାଇଥିଲା ଓ ୨୦୦୯ ମସିହା ଫେବୃୟାରୀ ମାସରୁ ଏହା କାର୍ଯ୍ୟକାରୀ ହୋଇଥିଲା । ଏହି ଧାରାରେ ଇଲେକ୍ଟ୍ରୋନିକ ଡିଭାଇସ୍ ମାଧ୍ୟମରେ ଆପତ୍ତିଜନକ ତଥ୍ୟ ପୋଷ୍ଟ କଲେ ସମ୍ପୃକ୍ତ ଦୋଷୀଙ୍କୁ ୩ ବର୍ଷ ଜେଲଦଣ୍ଡ ଅବା ୫ଲକ୍ଷ ଟଙ୍କାର ଜୋରିମାନା ଅବା ପୁଣି ଉଭୟ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

ଧାରା- ୬୬(କ)ରେ ଉଲ୍ଲେଖ ଥିଲା ଯେ, କୌଣସି ବ୍ୟକ୍ତି ଯଦି କମ୍ପ୍ୟୁଟର ଅବା କମ୍ୟୁନିକେସନ ଡିଭାଇସ ମାଧ୍ୟମରେ କୌଣସି ସୂଚନା ପ୍ରେରଣ କରନ୍ତି, ଯାହାକି ଆପତ୍ତିଜନକ ଅବା ପୁଣି କାହାର ଚରିତ୍ରହନନ କରେ, କୌଣସି ମିଥ୍ୟା ସୂଚନା ଇଲେକ୍ଟ୍ରୋନିକ ଡିଭାଇସ୍ ମାଧ୍ୟମରେ ପ୍ରେରଣ କରାଯାଇଥିବ, ଯାହାକି କୌଣସି ବ୍ୟକ୍ତିଙ୍କୁ ହଇରାଣ, ଅସୁବିଧାରେ ପକାଇବା, ବିପଦ ସୃଷ୍ଟି କରିବା, ଅପମାନ କରିବା ପାଇଁ ଉଦ୍ଦିଷ୍ଟ ଥାଏ ଏବଂ କୌଣସି ଇଲେକ୍ଟ୍ରୋନିକ ମେଲ୍ ଅବା ମେସେଜ୍ ଯାହା କାହାରିକୁ ଅଯଥାରେ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ ଥିବ ସେଭଳି ବ୍ୟକ୍ତିଙ୍କୁ ଦୋଷୀ ଭାବେ ବିବେଚନା କରାଯାଇ ୨ରୁ ୩ବର୍ଷ ଜେଲଦଣ୍ଡ ଅବା ଜୋରିମାନା ମଧ୍ୟ କରାଯିବା ନିମନ୍ତେ ଏହି ଧାରାରେ ପ୍ରାବଧାନ ଥିଲା । ତେବେ ସୁପ୍ରିମକୋର୍ଟ ଏହାକୁ ୨୦୧୫ ମାର୍ଚ୍ଚ ମାସରୁ ଅସମ୍ବିଧାନିକ କହି ଉଚ୍ଛେଦ କରିଥିଲେ ମଧ୍ୟ ରାଜ୍ୟ ପୁଲିସ ଏହି ପ୍ରାବଧାନ ଆଧାରରେ ରାଜନୀତିକ ବ୍ୟକ୍ତିମାନଙ୍କ ଇଙ୍ଗିତରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉ ନାହାନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ରାଜ୍ୟରେ ଜଣେ ବିଜେଡି ବିଧାୟିକାଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ପୁଲିସ ଏହି ଧାରା ଅନ୍ତର୍ଗତ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣାପଡ଼ିଛି ।

The post ରାଜ୍ୟ ସରକାରଙ୍କୁ ତାଗିଦ୍ : ଆଇଟି ଆକ୍ଟ ଧାରା ୬୬ (କ)ରେ ରୁଜୁ ସବୁ ମାମଲାକୁ ତୁରନ୍ତ ପ୍ରତ୍ୟାହାର କର appeared first on Odisha Reporter.



from Odisha Reporter https://ift.tt/2U6CBDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages