ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ

ମୁମ୍ବାଇ: ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ। ତାଙ୍କ ବିରୋଧରେ ଦିଆଯାଇଛି ତଦନ୍ତ ନିର୍ଦ୍ଦେଶ। ଘଟଣାଟି ମୁମ୍ବାଇର ଯୋଗେଶ୍ୱରୀ ଥାନା ଅଞ୍ଚଳର। ଘଟଣାଟି ପ୍ରାୟ ଦୁଇ ସପ୍ତାହ ତଳ ବୋଲି କୁହାଯାଉଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ବାବୁ ଜଣଙ୍କ ଫସି ଯାଇଛନ୍ତି।

ଏହି ପୁଲିସ୍ ଅଧିକାରୀଙ୍କ ନାଁ ମହେନ୍ଦ୍ର ନର୍ଲେକର। ସେ ଯୋଗେଶ୍ୱରୀ ଥାନାର ଜଣେ ବରିଷ୍ଠ ଇନ୍ସପେକ୍ଟର। ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସେ ଯେଉଁ ଅପରାଧୀକୁ କେକ୍‌ ଖୁଆଉଛନ୍ତି, ତା ନାଁ ଡାନିଶ ଶେଖ୍‌। ତା’ ନାଁରେ ହତ୍ୟା ଉଦ୍ୟମ ସମେତ ଆହୁରି ଅନେକ ମାମଲା ରହିଛି। ଅତୀତରେ ସେ ଯୋଗେଶ୍ୱରୀ ଥାନା ପୁଲିସ୍ ଦ୍ୱାରା ଗିରଫ ମଧ୍ୟ ହୋଇଥିଲା।

ବରିଷ୍ଠ ଇନ୍ସପେକ୍ଟର ମହେନ୍ଦ୍ର ନର୍ଲେକର ଡାନିଶକୁ ତା’ ଜନ୍ମଦିନ ପାଳନ ଅବସରରେ କେକ୍ ଖୁଆଇ ଦେଉଥିବା କୁହାଯାଉଛି। ୧୫ ସେକେଣ୍ଡର ଏହି ଭିଡିଓଟି ଏକ ହାଉସିଂ ସୋସାଇଟିର ଅଫିସ୍‌ରେ ଉତ୍ତୋଳନ କରାଯାଇଥିବା କୁହାଯାଇଛି।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମହେନ୍ଦ୍ର ନର୍ଲେକର ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏକ ପୁରୁଣା ଭିଡିଓ। ଏକ ଉଚ୍ଛେଦ କାର୍ଯ୍ୟ ପାଇଁ ମୁଁ ସେହି ସୋସାଇଟିକୁ ଯାଇଥିଲି। ସେହି ସମୟରେ ସୋସାଇଟିର କିଛି ବରିଷ୍ଠ ନାଗରିକ ସେମାନଙ୍କ ଅଫିସ୍‌କୁ ଆମନ୍ତ୍ରଣ କରିଥିଲେ। ମୁଁ ସେଠାକୁ ଯାଇଥିଲି। କିନ୍ତୁ ଡାନିଶ ସେଠାରେ କେକ୍‌ ସହିତ ଉପସ୍ଥିତ ଥିବା ସଂପର୍କରେ ମୁଁ ଅବଗତ ନଥିଲି।

ମୁମ୍ବାଇ ପୁଲିସ୍‌ର ଡେପୁଟି କମିଶନର (ଜୋନ୍‌ ୧୦) ମହେଶ ରେଡ୍ଡୀ କହିଛନ୍ତି ଯେ ଏହି ଘଟଣାରେ ଏକ ପ୍ରାଥମିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆସରିଛି।

The post ଅପରାଧୀକୁ କେକ୍‌ ଖୁଆଇ ଫସିଗଲେ ପୁଲିସ୍ ବାବୁ appeared first on Odisha Reporter.



from Odisha Reporter https://ift.tt/3ksL2n0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages