୨ ମାସ ପରେ ଗଡ଼ିଲା ବସ୍‌, ପାର୍ଲର, ସ୍ପା, ଜିମ୍‌ ବି କାର୍ଯ୍ୟକ୍ଷମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 16, 2021

୨ ମାସ ପରେ ଗଡ଼ିଲା ବସ୍‌, ପାର୍ଲର, ସ୍ପା, ଜିମ୍‌ ବି କାର୍ଯ୍ୟକ୍ଷମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ କମିବା ପରେ ସରକାରଙ୍କ ନୂଆ ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ  ଆରମ୍ଭ ହୋଇଛି । ତେବେ ବସ୍‌ରେ ସିଟ୍ ଯେତିକି ଥିବା ସେତିକି ଯାତ୍ରୀ ହିଁ ଯାଇପାରିବେ ବୋଲି ସରକାର ଗାଇଡଲାଇନ୍‌ କହିଛନ୍ତି ।

ଅନ୍ୟପଟେ ରଥଯାତ୍ରା ଚାଲିଥିବାରୁ ଆସନ୍ତା ୨୫ ଯାଏ ପୁରୀ ସହରକୁ ବସ୍ ଚଳାଚଳ ବନ୍ଦ ରହିବ । ନୀଳାଦ୍ରି ବିଜେ ଅର୍ଥାତ୍ ୨୩ ଜୁଲାଇ ଯାଏଁ ପୁରୀକୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି ।

ସେହିପରି ସାରା ରାଜ୍ୟରେ ଆଜିଠୁ ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍ ଖୋଲିଛି ।  ଗାଇଡଲାଇନ୍‌ରେ ଇନଡୋର୍ ଓ ଆଉଟଡୋର୍  ଫିଲ୍ମ-ସିରିଏଲ୍ ସୁଟିଂକୁ ଅନୁମତି ଦିଆଯାଇଛି  । ଆଉଟଡୋର୍ ସ୍ପୋର୍ଟସ୍‌କୁ  ବି ଅନୁମତି ମିଳିଛି ।

ଭୁବନେଶ୍ୱରର ଏକ ଜିମ୍‌ରେ ଚାଲିଛି ଏକ୍ସରସାଇଜ।

ତେବେ କାଟେଗୋରି Aରେ ଥିବା ୨୦ ଜିଲ୍ଲାରେ ରାତି ୮ଟା ଯାଏ ଦୋକାନ ବଜାର ଖୋଲିବ  । ସେହିପରି କାଟେଗୋରୀ B ରେ ଥିବା ୧୦ ଜିଲ୍ଲାରେ ସଂଧ୍ୟା ୫ଟା ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି । ତେବେ ସାରା ରାଜ୍ୟରେ ପୂର୍ବ ଭଳି ପାର୍କ, ସୁଇମିଂ ପୁଲ୍, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ । ଅଗଷ୍ଟ ୧ ଯାଏ ଏହି ଗାଇଡ ଲାଇନ୍ ଜାରି ରହିବ।

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଯୋଗୁ ମେ’ ମାସରୁ ଲକ୍‌ଡାଉନ୍‌ କଟକଣା ଲାଗୁ ହେବା ପରଠୁ ବସ୍‌ ଚଳାଚଳ ବନ୍ଦ ଥିଲା। ଏଥିସହ ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍‌କୁ ମଧ୍ୟ ବନ୍ଦ କରାଯାଇଥିଲା।

ରାଜ୍ୟ ସରକାର ପୂର୍ବରୁ ରାଜ୍ୟ ଏପ୍ରିଲ, ମେ’ ଜୁନ୍‌ ପାଇଁ ମୋଟର ଯାନ  ଟିକସ୍‌ ଛାଡ଼ କରିଥିବା ବେଳେ  ଜୁଲାଇ ମାସ ପାଇଁ  ମଧ୍ୟ ଛାଡ଼ କରିଛନ୍ତି। ସମସ୍ତ ଯାତ୍ରୀବାହୀ ମୋଟର ଯାନ ଓ ଶିକ୍ଷାନୁଷ୍ଠାନର ବସଗୁଡ଼ିକୁ ଟିକସ ଛାଡ଼ର ଫାଇଦା ମିଳିବ।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ଗତକାଲି ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟରେ କୋଭିଡ୍ କଟକଣା ଯୋଗୁ ଆନ୍ତଃ ରାଜ୍ୟ ବସ୍ ଚଳାଚଳ ବନ୍ଦ ଥିବାବେଳେ ଅନ୍ତ ରାଜ୍ୟ ବସ୍ ଚଳାଚଳ ମଧ୍ୟ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ମୋଟର ଯାନ ଟିକସ ଆଇନ-୧୯୭୫ର ଧାରା ୧୫(୧) ପ୍ରାବଧାନ ଆଧାରରେ ଜୁଲାଇ ମାସର ଟିକସ ଛାଡ଼ କରିଛନ୍ତି। ପୂର୍ବରୁ ଏପ୍ରିଲ, ମେ’ ଓ ଜୁନ୍ ମାସର ମୋଟର ଯାନ ଟିକସକୁ ମଧ୍ୟ ଛାଡ଼ କରିଥିଲେ।

ଅନ୍ୟପକ୍ଷରେ ବୀମା କମ୍ପାନୀଗୁଡ଼ିକ ମଧ୍ୟ ବୀମା ଅବଧିକୁ ଆଉ ୩ମାସ ବୃଦ୍ଧି କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ  ଦାବି କରିଛନ୍ତି । ଗାଡ଼ି ମାଲିକଙ୍କୁ ରାଜ୍ୟ ସରକାର ୧ଲକ୍ଷ ଟଙ୍କା ଲେଖାଏଁ ଋଣ ଆକାରରେ ଦିଅନ୍ତୁ ବୋଲି ଘରୋଇ ବସ୍ ମାଲିକ ସଂଘ ଦାବି କରିବା ସହ ସରକାର ସବୁ ସମସ୍ୟାର ସମାଧାନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି।

The post ୨ ମାସ ପରେ ଗଡ଼ିଲା ବସ୍‌, ପାର୍ଲର, ସ୍ପା, ଜିମ୍‌ ବି କାର୍ଯ୍ୟକ୍ଷମ appeared first on Odisha Reporter.



from Odisha Reporter https://ift.tt/3re3ssZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages