ନୂଆଦିଲ୍ଲୀ: କରୋନା ବିରୋଧରେ ଟିକା ଏବେ ଅମୋଘ ଅସ୍ତ୍ର। ଦେଶରେ ଦ୍ୱିତୀୟ ଲହର ବ୍ୟାପିବା ପଛରେ ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଛି। ଏହି ଭାରିଆଣ୍ଟ ଯେତିକି ଶୀଘ୍ର ବ୍ୟାପେ ସେତିକି ଶୀଘ୍ର ମଣିଷକୁ ମୃତ୍ୟୁ ମୁହଁକୁ ଠେଲି ଦିଏ। ଏହି ଭାରିଆଣ୍ଟ କିନ୍ତୁ ସେତେ ମାରାତ୍ମକ ହୋଇପାରିନି ଯେଉଁମାନେ ଡବଲ ଡୋଜ ଟିକା ନେଇଥିଲେ। ଆଇସିଏମଆର ଦ୍ୱାରା ହୋଇଥିବା ଏକ ସର୍ଭେକୁ ଆଧାର କରି ଶୁକ୍ରବାର କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ସଦସ୍ୟ ତଥା କୋଭିଡ ଟାସ୍କ ଫୋର୍ସ ଟିମର ଅଧ୍ୟକ୍ଷ ଡାକ୍ତର ଭି.କେ ପାଲ୍ କହିଛନ୍ତି।
ଯେଉଁମାନେ ଦୁଇଟି ଯାକ ଡୋଜ ନେଇଥିଲେ ସେମାନଙ୍କ ମୃତ୍ୟୁର ସମ୍ଭାବନାକୁ ବହୁତ କମାଇଛି ଟିକା। ଡବଲ ଡୋଜ ନେବା ପରେ ସେହି ବ୍ୟକ୍ତି ଘାତକ ଡେଲଟା ଭାରିଆଣ୍ଟର ପ୍ରଭାବରୁ ପାଖାପାଖି ୯୫ ପ୍ରତିଶତ ସୁରକ୍ଷିତ ରହିଛନ୍ତି। ଆଇସିଏମଆରର ସର୍ଭେ ରିପୋର୍ଟକୁ ଉର୍ଦ୍ଧୃତ କରି ଭେ.କେ ପାଲ ଏହା କହିଛନ୍ତି। ଯେଉଁମାନେ ଗୋଟିଏ ଟିକା ନେଇଥିଲେ ସେମାନେ ୮୨ ପ୍ରତିଶତ ସୁରକ୍ଷିତ ରହିଛନ୍ତି ବୋଲି କହିଛନ୍ତି। ଆଇସିଏମଆର ତାମିଲନାଡୁର ୧.୨ ଲକ୍ଷ ପୁଲିସ କର୍ମଚାରୀଙ୍କ ଉପରେ ଏହି ସର୍ଭେ କରିଥିଲା। ତାମିଲନାଡୁ ହେଉଛି ସେହି ରାଜ୍ୟ ଯେଉଁଠି ମହାରାଷ୍ଟ୍ର, ଦିଲ୍ଲୀ ପରେ ସର୍ବାଧିକ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ଏପ୍ରିଲ-ମେ ମାସରେ ରେକର୍ଡ କରାଯାଇଥିଲା। ଭାରତବର୍ଷର ଦକ୍ଷିଣ ରାଜ୍ୟ ମଧ୍ୟରେ ତାମିଲନାଡୁରେ କରୋନାର ଡେଲଟା ଭାରିଆଣ୍ଟ ବହୁତ ପ୍ରଭାବ ଦେଖାଇଥିଲା।
୧,୧୭,୫୨୪ ପୁଲିସ କର୍ମୀଙ୍କୁ ଆଇସିଏମଆର ସର୍ଭେରେ ସାମିଲ କରିଥିଲା। ଏଥିମଧ୍ୟରୁ ୧୭,୦୫୯ ଜଣ ଟିକା ନେଇନଥିଲେ। ୩୨,୭୯୨ ଜଣ ଗୋଟିଏ ଡୋଜ ନେଇଥିବା ବେଳେ ୬୭,୬୭୩ ଜଣ ଡବଲ ଡୋଜ ନେଇଥିଲେ। ଆଇସିଏମଆର ଅନୁଧ୍ୟାନ କରି ଜାଣିବାକୁ ପାଇଛି ଯେ ହାରାହାରି ୧୦୦୦ ଜଣରେ ୧.୧୭ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁମାନେ ଟିକା ନେଇ ନଥିଲେ। ସେହିପରି ଗୋଟିଏ ଡୋଜ ନେଇଥିବା ୧୦୦୦ ଜଣଙ୍କ ମଧ୍ୟରେ ୦.୨୧ ପ୍ରତିଶତ ମୃତ୍ୟୁ ଘଟିଛି। ହେଲେ ଏହି ସଂଖ୍ୟାରେ ଯେଉଁମାନେ ଡୋଜ ନେଇଥିଲେ ମୃତ୍ୟୁ ସଂଖ୍ୟା ୦.୬ ପ୍ରତିଶତ ରହିଛି। ପାଲ୍ କହିଛନ୍ତି ଏହି ରିପୋର୍ଟ ଦର୍ଶାଉଛି ଯେ ଟିକା କରୋନା ବିରୋଧରେ ପ୍ରଭାବଶାଳୀ ରହିଛି।
The post ଡବଲ ଡୋଜ୍ ନେଇଥିବା ଲୋକଙ୍କୁ କ୍ଷତି ପହଞ୍ଚାଇ ପାରିନି ଡେଲ୍ଟା appeared first on Odisha Reporter.
from Odisha Reporter https://ift.tt/3kpCrkX
No comments:
Post a Comment